STORYMIRROR

Banasmita Panda

Classics Fantasy

4  

Banasmita Panda

Classics Fantasy

ମୋ ପରି ସେ

ମୋ ପରି ସେ

2 mins
180


ମୋ ଭିତରେ

ଅବିକଳ ମୋ ପରି

ଜଣେ ଉପସ୍ଥିତ

ବୋଧେ ଗୋଟେ ପରୋକ୍ଷ ମିଥ୍ୟା

ସତିକା କାଚ

ଏପାରି ସେ ସେପାରି

ଭାରି ଚିହ୍ନା ସେ ମୋ ପ୍ରତିଟି

ଆତ୍ମାର ଡାକ ସହ

ତା ଅସ୍ତିତ୍ବ ଗୋଟେ ରହସ୍ୟ

ସତେ ଯେପରି ମୋ ମନ ଭିତର

ଗୋଟେ ସଦସ୍ୟ.....

ମୋ ଠାରୁ ଭିନ୍ନ ବ୍ୟକ୍ତିତ୍ୱ

ମୋ ସହ ଜଡିତ ତା ଅସ୍ତିତ୍ବ

ପସନ୍ଦ ତାକୁ

ସୂର୍ଯ୍ୟର ରକ୍ତିମ ଛୁଇଁବାକୁ

ଦୀପର ଉଜ୍ଜଳ ବତୀର ମୁଦ୍ରାରେ

ନିଜକୁ ଅନୁଭବ କରିବାକୁ

ଆଶ୍ଚର୍ଯ୍ୟ

ସେ ଅନ୍ଧାରର ପ୍ରିୟ

ଉଜ୍ଜଳତା କୁ ଡରେ

ସମୟେ ସମୟେ ଅନୁଭବ ହୂଏ

ସେ ମୋହରି ଛାୟା

ଖାଲି ଯାହା ଭିନ୍ନ ବ୍ୟକ୍ତିତ୍ୱ

ମୋ ଠାରୁ

ଛୋଟ ତାର ଅଭିଳାଷl

ତା ଠାରୁ ଛୋଟ ତା ଆଶା

ସଭିଏଁ ଖୋଜନ୍ତି ମୋର ହସର କାରଣ

ହସଟିଏ ଓଠରେ ଆସିବା ପୂର୍ବରୁ

ଅନେକ ବାରଣ

ହେବାକୁ ପଡେ ଅନେକ ଥର ହରଣ

ତାକୁ ବର୍ଷା ର କିଛି ଵୁନ୍ଦ ଖୁସି ଦେଇଯାଏ

ପବନର ଲହରୀ ଖିଲି ଖିଲି ହସ ଦେଇଯାଏ

ମୋ ଉପରେ ସେ ହସେ

ବ୍ୟଙ୍ଗମୟ ଠାଣିରେ କୁହେ

"ତୁ ରହ ଦୁଃଖୀ ତୋ ବ୍ୟଥାରେ

ମୁଁ ପାଇ ସାରିଛି ପରିତୃପ୍ତି

ଅମର ହୋଇ ସାରିଛି ସ୍ମିତ ହସ ଗୁଡିକ

ମୋ ଓଠରେ"

ନା ସମ୍ମାନର ମୋହ

ନା ଅପମାନ ର ଭୟ

ଯେତେ ଛୋଟ ଆଶା

ସେତେ ବଡ଼ ସ୍ୱାଭିମାନ

ମୋ ଆଖିର ପରଦା ବନି ସେ

ମୋ ଆଖିରେ ଦେଖେ

କାହିଁକି କେଜାଣି ବାହାରକୁ ଆସିବାକୁ ଡରେ

ହଁ ସେ ପଦାକୁ ଆସେ

ଯେବେ ସ୍ୱାଭିମାନ ଉପରେ

କଳା ବାଦଲ ଘୋଟିଆସେ

ମୁଁ ଭୟରେ ଲୁଚିଯାଏ

ଅନୁଭବ କରେ ହୃଦୟ ଏବଂ ମସ୍ତିଷ୍କ

ସମିଶ୍ରଣରେ

ଏଇତ ମୋ ସ୍ୱାଭିମାନ

ମୋ ପାଇଁ ଲଢେ ସୃଷ୍ଟି ସହ

ମୋ ଭ୍ରମ ଭାଙ୍ଗି ଯାଏ ସେ ଯେ ଭୀରୁ

ସେ ଡରେ ନାହିଁ

ଡରେ ମୁଁ

ଅସଂଖ୍ୟ ଭୀରୁତାରେ ପୁର୍ଣ ମୁଁ 

ସେ ହିଁ ମୋର ପ୍ରକୃତ ଅସ୍ତିତ୍ବ

ତା ବିନୁ ମୁଁ ଅପୂର୍ଣ୍ଣ

ଅସମ୍ଭବ ଜୀବନ

ଏକଲା ପଥିକ

ମୂଲ୍ୟହୀନ ଯାତ୍ରା

ହଜି ଯାଇଛି ସେ ଆଜି

ହଜି ଯାଇଛି ମୋ ଅସ୍ତିତ୍ବ

ହଜି ଯାଇଛି ମୋ ସ୍ୱାଭିମାନ

ତା ସହ ହଜିଯାଇଛି ମୋ ପରିଚୟ

ସେଇ ଅନ୍ଧାର, ଆଲୋକର ଖେଳ ଭିତରେ

ପଚାରେ ମୁଁ ନିଜକୁ

କେମିତି ଭରିବ

ମୋ ଅଧୁରାପଣ

ମୋ ଭିତରେ ଅବିକଳ

ମୋ ପରି ଜଣେ ଉପସ୍ଥିତ

ବୋଧେ ଗୋଟେ ପରୋକ୍ଷ ମିଥ୍ୟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics