Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy

4  

Prafulla Kumar Tripathy

Tragedy

ମୋ ମୃତ୍ଯୁପରେ....

ମୋ ମୃତ୍ଯୁପରେ....

1 min
26


ମୋ ମୃତ୍ଯୁପରେ 

ମୋତେ ମୋ ଘରୁ ଅଲଗା

 କରିଦେଲା ପରେ ମୋ ପରିବାର

ମୋ ପାଇଁ ଠାକୁର କେଉଁଠି

ଜାଗା ଖଣ୍ତେ ରଖିଥିବେ 

ମୁଁ ଜାଣିନାହିଁ ା

ଯେଉଁଠି ମୁଁପୁଣି କାଠି କୁଟା ନେଇ

ତୋଳିନେବି ଚାରିକାନ୍ଥର ଘରଟିଏ

ହେ ଠାକୁର.....

ଶୈଶବର ସୁଖ ଦେବାପାଇଁ

ରଖିଛକି ସେଠାରେ ?

ସରଳ,ନିରିହ ସାଙ୍ଗସାଥି

ସବୁଜକ୍ଷେତ ଗାଇ ଚରାଳିର

ସେଇ ମନ ମତାଣିଆ ଗୀତ

ମୋ ଗାଁର ଅଙ୍କା ବଙ୍କା ନଈ

କାଶତଣ୍ତୀ ଫୁଲର ସମ୍ବାର ା

ଅପରିଚିତା ଡାକବାଲା

ମୋତେ ଚିଠି ଦେଇପାରିବତ

ନୂଆ ଠିକଣା ଖୋଜି ?

ସନ୍ଧ୍ଯା,ସକାଳେ ମୁଁ ଚାଆ ପିଏବୋଲି

ସେମାନେ ଜାଣିବେ ବା କେମିତି ?

ମୋ ଦେହର ନିଶ୍ବାସ ଛାଡିଗଲା ପରେ

ମୁଁ ତ ଅନ୍ଧାରର ଛାଇ

ଏଇ ଅଛି ଏଇ ନାହିଁ ା

ମୋ ପରିବାରତ ଫେରି ପାଇବେନି କି

ମୋ ନୂଆ ଜାଗାକୁ ଯାଇ ପାରିବେନି

ମୁଁ କେମିତି ବା ଫେରି ପାରିବି

ମୋ ପୁରୁଣା ଜାଗାକୁ ?

କେମିତି ବା ଦେଖିବି

ମୋ ଆବର୍ତ୍ତ ମାନର

ଝରୁଥିବା ଲୁହର ମୂଲ୍ଯ କେତେ

ମୋ ପରିବାର ପାଇଁ 

ମୁଁ ସଞ୍ଚିଥିବା ସମ୍ପତି

ମୋ ପିଲା ମାନଙ୍କ ଭିତରେ

ଭାଗବଣ୍ଟା କେତେ ?

ଟୁକୁରା କାଗଜପରି ଉଡି ବୁଲୁଥିବା

ମୋ ଅଧୁରା ସ୍ବପ୍ନ

ବେଳାଭୂମିରେ ମଥା ପିଟୁଥିବ

ମୋର ଆଶା ଆଉ କଳ୍ପନା

ମୁଁ ଆଜି ନିରୁପାୟ.....ା



Rate this content
Log in

Similar oriya poem from Tragedy