ମୋ ମନମୋହନ
ମୋ ମନମୋହନ


ଆରେ ଶ୍ୟାମଘନ ମୋ ମଧୁସୂଦନ
କାହିଁ କଲୁ ଅଭିମାନରେ
ଶୁଭେ ନା ମୁରଲୀ ସ୍ଵନ !
ଝୁରଇ ରାଧିକା ଝୁରଇ ଯମୁନା
ଝୁରେ ଏ ଗୋପୀଙ୍କ ମନରେ
ଝୁରେ ସେଇ ବୃନ୍ଦାବନ
ଶୁଭେ ନା ମୁରଲୀ ସ୍ଵନ !!
ମା ବୋଲି ମୋତେ ଡାକିଲୁ ତୁହିରେ
ମୋ ହୃଦୟ କଲୁ ଧନ୍ୟ
ଶୁଭେ ନା ମୁରଲୀ ସ୍ଵନ !
ଯମୁନା ବହୁଛି କଦମ୍ବ ବି ଅଛି
ଅଛି ସେଇ କୁଞ୍ଜବନ
ତୋ ବିନା ଆଜିରେ ଲାଗେ ସବୁ ତୁଚ୍ଛ
ଶୂନ୍ୟ ଶୂନ୍ୟ ମହା ଶୂନ୍ୟରେ
ଶୁଭେ ନା ମୁରଲୀ ସ୍ଵନ !
ଗୋପୀ ଗୋପାଙ୍ଗନା ସଭିଏଁ ଅଛନ୍ତି
ନାହିଁ ସେ ତାଙ୍କର ମନରେ
ଝୁରେ ଆଜି ବୃନ୍ଦାବନ !
ତୁହି ତ ହଟିଆ ବଡ଼ ଲମ୍ପଟିଆ
କାହିଁ ବୁଝିବୁ ମୋ ମନରେ
ଶୁଭେ ନା ମୁରଲୀ ସ୍ଵନ !
ଆଜି କୁଞ୍ଜବନେ ଝୁରେ ଏ ବିଜନେ
ତୋର ସେ କଳା ଅଞ୍ଜନରେ
ଶୁଭେ ନା ମୁରଲୀ ସ୍ଵନ !
ତୁହି ମୋର ଆଶା ତୁହି ମୋ ଭରସା
ତୁହି ମୋ ଜୀବନ ଧନରେ
ଝୁରେ ତତେ ରାତି ଦିନ !
ତୋ ବିନା ଆଜିରେ ମୋ ଜୀବନ ଶୂନ୍ୟ
କାହିଁ କରୁ ଅଭିମାନରେ
ଶୁଭେ ନା ମୁରଲୀ ସ୍ଵନ
ଆସିବୁ ତୁ ଥରେ ଧନ !!