STORYMIRROR

Debaki Behera

Tragedy Others

2  

Debaki Behera

Tragedy Others

ମୋ ମନ

ମୋ ମନ

1 min
26


ତୋ ମନରେ ଥିଲା ଯଦି ଆଉରେ କେହି

କାହିଁକି ଖେଳିଲୁ ମୋର ମନକୁ ନେଇ।

ମୋ ପ୍ରେମ ଟି ଥିଲା ଯଦି ସତ ତୋ ପାଇଁ

କାହିଁକି ଭାଙ୍ଗିଲୁ ମୋର ମନକୁ ନେଇ।

ହସିବାକୁ କଥା ମୋତେ ଦେଲୁ କିପାଇଁ

କନ୍ଦେଇଲୁ କେତେ ତାର କଳନା ନାହିଁ।

ବିଶ୍ୱାସରେ ବାନ୍ଧିଥିଲି ସମ୍ପର୍କ ମୁଁହି

ଭାଙ୍ଗିଦେଲୁ ବିଶ୍ୱାସ ମୋ ଖେଳିବା ପାଇଁ।

ମନ ମନ୍ଦିରରେ ପୂଜା କଲି କିପାଇଁ

ହାରିଗଲି ମୁଁ ଯେ ତୋର ଛଳନା ପାଇ।

ଆଉ କାହା ସାଥେ ଘର କରିବା ପାଇଁ

ଭଙ୍ଗିଦେଲୁ ମନ ମୋରୋ ନେଇ ସେପାଇଁ

ଛଳନା ତୋର ଜମା ବୁଝି ପାରିଲି ନାହିଁ

କାହିଁକି ଖେଳିଲି ମୋର ମନକୁ ନେଇ।

ଭଲକଲୁ ଭରସା ମୋ ଭାଙ୍ଗିଣ ଦେଇ

ଭଲପାଇ ଭୁଲ କଲି ଦେଲୁ ବତେଇ।



Rate this content
Log in

Similar oriya poem from Tragedy