STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ମୋ ମାଆ

ମୋ ମାଆ

1 min
225


ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ

ସେନେହ ମୟୀଟେ କରୁଣାମୟୀ ସେ

   ମମତାର ଗନ୍ତାଘର

ଅତି ଆପଣାର ସବୁଠୁ ନିଜର

   ଜଗତରେ ମାଆ ମୋର।

ସବୁ ଯନ୍ତ୍ରଣାକୁ ସହ୍ୟ କରି ନେଲୁ

   ଦେହକୁ କରି ପଥର

ଦୁନିଆକୁ ଆଣି ବାଟ ଦେଖାଇଲୁ

   ପରିଚୟ ଦେଲୁ ମୋର।

ଟିକି ଟିକି ପାଦେ ଚାଲି ଶିଖାଇଲୁ

   ପଥକୁ ପୁଷ୍ପିତ କରି

ଟିକି ଓଠଧାରେ ହସ ଭରିଦେଲୁ

   ମୁଖରେ ବାକ୍ ଚାତୁରୀ।

ଅତି ଯତନରେ ମନ ଆନନ୍ଦରେ

   ଛୋଟରୁ ବଡ କରିଲୁ

ଶିକ୍ଷୟିତ୍ରୀ ସାଜି କାନ ଧରି ମୋର

   ନୂଆ କଥା ଶିଖାଇଲୁ।

ବିପଦକୁ ମା ଟାଳିଦେଇ ମୋର

   ପାଖରେ ହେଲୁ ତୁ ସାହା

ଅନ୍ଧାର ସମୟେ ଆଲୋକିତ କରି

   ଜୀବନେ ଭରିଲୁ ରାହା।

ନ୍ୟାୟ ନୀତିବାଣୀ ଶିଖାଇଲୁ ମୋତେ

   କହିବାକୁ ସତ୍ୟ କଥା

ଜୀବନରେ କେବେ ହାରିଯିଵା ନାହିଁ

   ନୋଇଁଵାନି ଆମେ ମଥା।

ଯେତେ ଦୂରେ ଥିଲେ ଯେଉଁଠି ତୁ ଥାଆ

   ମନେପଡେ ତୋର କଥା

ଭୂଲି ନାହିଁ ମାଆ ଭୂଲିଵିନି କେବେ

   ତୋର ସେ ଅମୃତ ବାର୍ତ୍ତା।

ପାଶେ ଥିଲେ ମୋର ଲାଗେ ନାହିଁ ଡର

   ହୃଦୟେ ଥାଏ ଅଭୟ

ତୋ ପଣତ ଛାଇ ଆନନ୍ଦ ଲଭଇ

   ଲାଗେ ଯେ ଅମୃତମୟ।

ଦୁଃଖ କଷ୍ଟେ ଥିଲେ ତୋ କଥା ଭାବିଲେ

    ସାନ୍ତ୍ୱନା ମିଳଇ ମୋତେ

ମଧୁର ବଚନ ଅମୃତ ସମାନ

    ତୋ ପରି ନାହିଁ କେ ସତେ।

ତୋ ଗୁଣ ଗାରିମା ବର୍ଣ୍ଣନା କରିବା

   କହିଲେ ସରିବ ନାହିଁ

ଯେତେ କହିଲେ ବି ତୋ ରୂପ ବର୍ଣ୍ଣନା

    ଅନ୍ତରୁ ଲିଭିବ ନାହିଁ।

ସ୍ୱର୍ଗଠାରୁ ବଡ଼ ଫୁଲଠୁ କୋମଳ

    ସହନଶୀଳ ମୋ ମାଆ

ଈଶ୍ୱରଙ୍କ ପାଖେ କରୁଛି ପ୍ରାର୍ଥନା

    ସର୍ବଦା ଭଲରେ ଥାଆ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy