ମୋ କୃଷ୍ଣା
ମୋ କୃଷ୍ଣା
ମୋ କୃଷ୍ଣା ଓଠର ଖିଲି ଖିଲି ହସ
ମୁହଁରେ ତାହାର କୁସୁମ ସମାନ ଆଭା
ଛୋଟ କଳିକାଟେ ବିଶ୍ୱ ନିୟନ୍ତାଙ୍କ
ବଢାଏ ମୋ ଘର ଶୋଭା ।
କୋମଳତା ଭରା ହୃଦୟଟି ତାର
ଦରୋଟି ଓଠର କଥା
ତା ସେନେହ ରେ ବାନ୍ଧି ମୁଁ ହୋଇଛି
ହୃଦୟୁ ତେଜିଛି ବ୍ୟଥା ।
ନର୍ମଳ ହୃଦୟ ନିଷ୍ପାପ ମନ ତା
ନାହିଁ ସେଠି କପଟତା ।
ସେନେହ ଡୋରରେ ବାନ୍ଧେ ସମସ୍ତ ଙ୍କୁ
ମନେ ଭରେ ଆବେଗତା।
