STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୋ ଜୀବନ ଗୋଟେ

ମୋ ଜୀବନ ଗୋଟେ

2 mins
279

   ମୋ ଜୀବନ ଗୋଟେ ଅଲେଖା କାଗଜ

   କେତେ ଦୁଃଖ କେତେ ସୁଖରେ

   ବଞ୍ଚିଛି ମୁଁ ଆଜି

   କାହିଁକି କେଜାଣି କିଏ ଜାଣିବ

   କେତେ ସୁଖେ କେତେ ଦୁଃଖେ

   ବଞ୍ଚିଛି ମୁଁ ଆଜ ।


    ପ୍ରାଣ ପ୍ରିୟା ମୋର

    ପ୍ରେମକୁ ବୁଝେନା

    ବଞ୍ଚିବା ମରିବା ମାନେଟା

    ସେ ମୋ'ର ଜାଣେନା

    କାହିଁକି ବଞ୍ଚିବି କା ପାଇଁ ବଞ୍ଚିବି

    ଏ ଜଗତେ ନାହିଁ ମୋ ପାଇଁ

    ଠାବ ବାସ ସିନା ।


    ପ୍ରିୟା ମୋ'ର ଭାବେ 

    ମୋ ପ୍ରେମ ଶସ୍ତା

    ପ୍ରାଣ ପ୍ରିୟା ପାଇଁ 

    ହୁଏ ମୁଁ ହୀନସ୍ତା

    ମୋ ଜୀବନ ର କିଛି ମୂଲ୍ୟ ନାହିଁ

    ସତେ ମୋ ପ୍ରେମ ର କିଛି ମୂଲ୍ୟ ନାହିଁ

    ସବୁ ନାହିଁ ନାହିଁ ରେ ମୁଁ ବଞ୍ଚୁଛି

    ତଥାପି ମୁଁ ମୋ ପ୍ରିୟା କୁ

    ତା ପ୍ରେମକୁ ଝୁରୁଛି ।


    କାହିଁକି କେଜାଣି ବୁଝି ମୁଁ ପାରୁନି

    ପ୍ରିୟା ମୋର ମୋ ପ୍ରେମକୁ ବୁଝୁନି

    ସତରେ କ'ଣ ମୁଁ ଅଭିଶପ୍ତ

    ପ୍ରିୟା ଓଠର ହସକୁ 

    ବୁଝିବାରେ କି ମୁଁ ଅସମର୍ଥ

    ଚାନ୍ଦ ସିନା ରଚେ ଚାନ୍ଦିନୀକୁ

    ପ୍ରାଣ ପ୍ରିୟା କି ବୁଝିବ

    ମୋ ପ୍ରେମକୁ ।

     

    ସତରେ ମୁଁ କ'ଣ ଚନ୍ଦ୍ରଶେଣା

    ସତେ କି ମୁଁ ବାଟ ବଣା

    ମୁଁ ସରଳ ଅହରହ ପିଇ ଗରଳ

    ଠିକ୍ ଭୁଲ୍ ର ସଂଜ୍ଞା ନିରୂପଣ

    ସତେ ଅବା ମୁଁ କରି ପାରେନା

    ନୀଚ୍ଚ ମନା ମୁଁ ନୁହେଁ

    ଉଚ୍ଚ ମନା ହୋଇ ବଞ୍ଚିବାକୁ

    ମୋ ମନ ହୃଦ କହେ ।

  

    ତୁମେ କି ବୁଝିବ ମୋ ହୃଦୟ ବେଦନା

    ତୁମେ କି ଜାଣିବ ପ୍ରେମିକ ହୃଦୟର ଜାତନା

    ସତ ମୁଁ କହୁଛି ତୁମ ରାଣ ମୁଁ ଖାଉଛି

    ମୋ ପ୍ରେମେ ତିଳେ ନାହିଁ ଯେ ଛଳନା

    ମୁଁ ହତଭାଗ୍ୟ 

    ମୁଁ ତବ ପ୍ରେମ ପାଇଁ ନୁହେଁ ଯୋଗ୍ୟ

    ଅପୂଜା ସୂର୍ଯ୍ୟ ମୁଁ

    ଅଲୋଡା ଭାଗ୍ୟ ମୋ

    ମୁଁ ତବ ପ୍ରେମ ପାଇଁ ଅଯୋଗ୍ୟ ।


    ମୋ ଜୀବନ ଗୋଟେ ଅଲେଖା କାଗଜ

    ନାହିଁ ଭାଗଶେଷ, ନାହିଁ ଭାଗଫଳ

    ନାହିଁ ଭାଜକ ନାହିଁ ମୋ ଭାଜ୍ୟ

    ମୁଁ ଏକ ଅଶାନ୍ତ ଗ୍ରହ

    ଖୋଜୁଛି ଶାନ୍ତି ମୁଁ ଅହରହ

    ଖୋଜୁଛି ରାଜ୍ୟ ଖୋଜେ ମୁଁ ସମାଜ

    ପ୍ରାଣ ପ୍ରିୟା ପାଇଁ

    ମୋ ଜୀବନ ଗୋଟେ ଅଲେଖା କାଗଜ।


    କାନ୍ଦି କାନ୍ଦି ଆଜି ମୁଁ ଗଲେ ମରି

    ପ୍ରିୟା ଆଖିରୁ ମୋ ଲୋତକ ନ ପଡ଼ଇ ଝରି

    ବଞ୍ଚିବା ମରିବା ସବୁ ମୋ ପାଇଁ ସମାନ

    ସସାଜେ ପୁଣି ମୋ ପାଇଁ ନ ଥାଏ ସମ୍ମାନ

    ମୋ ହୃଦୟ ବେଦନା ମୋ ପ୍ରିୟା ବୁଝେନା ଆଜ

    ମୋ ପ୍ରାଣ ପ୍ରିୟା ପାଇଁ

    ମୋ ଜୀବନ ଟା ଗୋଟେ ଅଲେଖା କାଗଜ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract