Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Tragedy Others

3  

Smitarani Barik

Tragedy Others

ମୋ ଜୀବନ ଧନ

ମୋ ଜୀବନ ଧନ

1 min
128



ଦୁଃଖମୋରସାଥୀ ସୁଖମୋ ଅତିଥି           

    ଦଦରା ପଣତଧରି

ଫାଳେ ବଢାଇଲେ ଫାଳେ ଚିରିଯାଏ 

    ଯାଉଛି ମୋ ଦିନ ସରି ।


ବାଳୁତ କାଳରୁ କରିଥିଲି ତୋତେ 

   ନୟନ ପିତୁଳା ମୋର

ମଥୁରାକୁ ଗଲେ ଆଉ କି ଫେରିବୁ

   ନୟନୁ ହେଲେ ଅନ୍ତର ।


ବୃଦ୍ଧକାଳେ ତୋତେ ପାଇଥିଲି ଧନ

  କରିଲୁ କୋଳ ମଣ୍ଡନ

ନିରିମାଖୀ କରି ଛାଡ଼ି ଯାଉଅଛୁ 

  ଆରେ ମୋ ରଙ୍କୁଣି ଧନ ।


ପୋଡ଼ିଯାଏ ମନ ପୋଡ଼େମୋ ପରାଣ

  କେଡେ ନିଷ୍ଟୁର ବିଧାତା

କେମନ୍ତେ ବଂଚିବ ପିଣ୍ଡେ ପ୍ରାଣ ଧରି 

   ତୋର ଏ ଯଶୋଦା ମାତା ?


କେଉଁ ଅଭିମାନେ ଚାଲି ଯାଉଛୁରେ

  ମୋତେ ସାତପର କରି ?

ଥିବି କି ଜୀବନେ ଥିୟ ଧରି ମନେ

   ଆସିଲା ବେଳକୁ ଫେରି ?



Rate this content
Log in

Similar oriya poem from Tragedy