ପୁଅଟିଏ ମୁଁ ବାପା ମା'ଙ୍କର
ପୁଅଟିଏ ମୁଁ ବାପା ମା'ଙ୍କର
କେତେ କଷ୍ଟ ଯନ୍ତ୍ରଣା ସହି
ଜନ୍ମ ଦେଇ ପାଳିଥିଲେ
କରିଥିଲେ ମୋତେ
କେତେ ଗେଲବସର
କେତେ ରାତି କେତେ ଦିନ
ଅନିଦ୍ରା ରହି ରୋଗ ବଇରାଗେ
ସେବିଥିଲେ ବାପା ମା ମୋ'ର
ହେଲେ କର୍ମ ଜଞ୍ଜାଳେ
ସଂସାର ଜଞ୍ଜାଳେ
ପଡିକରି ମୁହିଁ
କହି ନ ପାରେ
ପୁଅଟିଏ ମୁଁ ବାପା ମା'ଙ୍କ ର ।
ଜୀବନ ଜଞ୍ଜାଳ
ଜୀବିକା ମୋ କାଳ
ହୋଇ ପାରିଲିନି ବାପା ମା'ଙ୍କର
ନିଜକୁ ମୁଁ ଦୋଷୀ ଦୋଷୀ ଭାବେ
ବିଦେଶେ ରହି କର୍ମ ସଂସ୍ଥାନେ
କରି ପାରିଲିନି ସେବା ଯତ୍ନ ତାଙ୍କର
ଭାଳେ ମୁଁ ହାୟରେ ମଣିଷ ଜନ୍ମ ମୋ'ର
ମିଛ ମାୟା ଧନ ସମ୍ପଦର ମୋହେ ପଡି
ଭୁଲି ଗଲି ଭୁଲି ଗଲି ପିତାମାତାଙ୍କ
ସେବା ଯତ୍ନ ମୋ'ର
ମୁଁ ମୋ ପରି ଅନେକ ପୁତ୍ର ପୁତ୍ରବଧୂ
ବୃଦ୍ଧାଶ୍ରମେ ଛାଡନ୍ତି ପିତାମାତାଙ୍କୁ ତାଙ୍କର
ପଶୁ ପକ୍ଷୀଙ୍କ ଠାରୁ ଆମେ
ହୀନ ଏ ମଣିଷ ଜାତି
ପଶୁ ପକ୍ଷୀଙ୍କ ମଧ୍ୟେ ଯେଉଁ ଭାବପ୍ରୀତି
ପ୍ରୀତି ବନ୍ଧନେ ବନ୍ଧା ତାଙ୍କ ପରିବାର
ହେଲେ ଆଧୁନିକତା ସଭ୍ୟତା ନାମେ
ମଣିଷ ଜାତି ବୃଦ୍ଧ ପିତାମାତାଙ୍କୁ
ତାଙ୍କ କରନ୍ତି ହତାଦର
ଆମେ ପୁଣି ଶ୍ରେଷ୍ଠ ଜାତି ଅଟୁ ସମାଜର
ତା ମଧ୍ୟେ ମୁଁ ବା ନିଜକୁ
କିପରି ଭାବିବି
ପୁଅଟିଏ ମୁଁ ବାପା ମା'ଙ୍କ ର
ଆଜିର ଆମ ସାମାଜିକ ବ୍ୟବସ୍ଥା
ଆମ ଚଳଣୀ ଆମ ଅର୍ଥ ବ୍ୟବସ୍ଥା
ମଣିଷ କୁ କରୁଛି ସ୍ଵାର୍ଥପର
ଶିକ୍ଷା ସଭ୍ୟତା ନାମେ
ଆମ ପାଶ୍ଚାତ୍ୟ ସଂସ୍କୃତି
ଭାଙ୍ଗି ଦିଏ ଆଜି ଆମ ସଭିଙ୍କ ପରିବାର
ଯୌଥ ପରିବାର ଆଜି ଭାଙ୍ଗି ରୁଜି
ଗଢି ଉଠିଛି ଏକାନ୍ନବର୍ତ୍ତୀ ପରିବାର
ଆମ ସଭ୍ୟ ଶିକ୍ଷିତ ସମାଜର
ସୁଖ ଦୁଃଖେ ଏଠି
ଆମ ପରିବାରେ ନାହିଁ ବନ୍ଧନ
ଏବେ ସ୍ନେହ ଶ୍ରଦ୍ଧା ଓ ମମତାର
ଏତେ ବିଛିନ୍ନତା ଓ ବିଭିନ୍ନତା ମଧ୍ୟେ
କିପରି କହିବି ମୁଁ ମୋ ନିଜକୁ
ଅଛି ମୋ'ର ଗୋଟେ ଘର ପରିବାର
କିପରି କହିବି
ପୁଅଟିଏ ମୁଁ ବାପା ମା'ଙ୍କର ।