STORYMIRROR

Panchanan Jena

Tragedy

3  

Panchanan Jena

Tragedy

ବତିଘର

ବତିଘର

1 min
186


ଅଭିମାନ - ଅଭିଯୋଗର କୁରୁକ୍ଷେତ୍ରେ

ଧରି ତର୍କ ବିତର୍କର ଖଣ୍ଡା ଖର୍ପର

ଧର୍ମ ଧାରଣ ବିଶ୍ୱାସୀ

ମିଛ ମରଣ ଆଶ୍ଵାସୀର

ଅଶାନ୍ତିର ରକ୍ତ ନଦୀ ପାରିବାପଣରେ

ଗାଳିର ଗୁଳି ବଳରେ କାତ ମାରି

ଦୋଷ ପ୍ରତ୍ୟାରୋଷର ଆହୁଲା ଧରି

ମନର ଜପାମାଳି ତେଜି ହେଜି

ପାରିବା ତ ଲମ୍ଫି

ଅନ୍ଧଗଳିର ଶେଷରେ ଜଳୁଥିବା

ମିଞ୍ଜି ମିଞ୍ଜି ଗନ୍ତବ୍ୟର ଠିକଣା ବତିଘର ।


କ୍ଷୀଣ କ୍ଷୀଣ ଆଧୁନିକ 

ଆଶା ବୈତରଣୀ ତୀରେ

ବାକ୍ୟ ବାଣରେ 

ଫମ୍ପା ବାହାସ୍ଫୋଟରେ

ଯୁଦ୍ଧଭେରୀର ଘନଘନ ତୂର୍ଯ୍ୟନାଦ


କିନ୍ତୁ ଭିତରେ ଭିତରେ

ସମ୍ଭାବନାର ଦୁର୍ଗ ପ୍ରାଚୀର 

ମାର୍ବଲ ଆଶାର ମୀନାର

ହେଲାଣି ଧୂଳିଲଗ୍ନା ପରାସ୍ତମଗ୍ନା

ଗର୍ବ ନେଲାଣି ଖର୍ବ ସମାଧି

ସମୟର ମହାଭାରତ ବର୍ଷରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy