ମୋ ଗୁରୁ
ମୋ ଗୁରୁ


ଜ୍ଞାନ ବିନା ପରା ଜୀବନ ଅସାର
ସବୁ ମୂଲ୍ୟ ହୀନ ଲାଗେ ।
ତାଙ୍କରି ଆଶିଷ ଶିକ୍ଷା ଦୀକ୍ଷା ପାଇ
ଜ୍ଞାନର ଆଲୋକ ଜାଗେ ।।
ଅଜ୍ଞାନ ର ସେହି ଅନ୍ଧାର ଭିତରେ
ସିଏ ଆଲୋକର ଗୁଛ ।
ବିଦ୍ୟା, ବୁଦ୍ଧି ପୁଣି ସଂସ୍କାର ସଂସ୍କୃତି
ଦୟା, କ୍ଷମା ର ସେ ଉତ୍ସ ।।
ଏକଲବ୍ୟର ଦ୍ରୋଣାଚାର୍ଯ୍ୟ ସିଏ
ବଶିଷ୍ଠ ଶ୍ରୀରାମଙ୍କର ।
ବିବେକାନନ୍ଦ ଙ୍କ ରାମ କୃଷ୍ଣ ପୁଣି
ସାନ୍ଦି ପନି କୃଷ୍ଣଙ୍କର ।।
ଦୁନିଆ କହୁଛି ପ୍ରଥମ ଗୁରୁ ଅଟେ
ମାଆ ପରା ସଭିଙ୍କର ।
ମୋ ପାଇଁ ପରା ଦ୍ଵିତୀୟ ମାଆ
ସାଜି ଛନ୍ତି ଗୁରୁ ମୋର ।।
ଛାଟ ରେ ତାଙ୍କର ବାଟ ମୁଁ ଦେଖିଛି
ଜୀବନର ଲକ୍ଷ୍ୟ ପଥେ ।
ଚାଲିବାକୁ ପୁଣି ଶିଖାଇଛନ୍ତି ସେ
ଆସୁ ଝଡ଼ ଝଞ୍ଜା ଯେତେ ।।
ସେ ଅଟନ୍ତି ବ୍ରହ୍ମା ସେ ଅଟନ୍ତି ବିଷ୍ଣୁ
ସିଏ ପରା ମହେଶ୍ୱର ।
ଜୀବନ ପଥରେ ଆଗେଇବା ପାଇଁ
ଲୋଡା ଆଶିଷ ତାଙ୍କର ।।
ଚରଣେ ତୁମର ପ୍ରଣାମ କରୁଛି
ଆହେ ଗୁରୁ ଦେବ ମୋର ।
ଜୀବନ ଯୁଦ୍ଧରେ ନିଶ୍ଚୟ ଜିତିବି
ଆଶିଷ ଥିଲେ ତୁମର ।।