STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

"ମୋ ଗୁରୁ ତୁମେ"

"ମୋ ଗୁରୁ ତୁମେ"

1 min
335


  ମୁଁ ତ ବୁଝେନା ସମାଜବାଦ

   ମୁଁ ବୁଝି ନ ଥିଲି ସାମ୍ୟବାଦ

  ସମତା ମମତା ରେ ବିଶ୍ଵାସ

   କରେ ବୋଲି ମୁଁ

   ଥିଲ ମୋ ଗୁରୁ ତୁମେ ।


   ବିଚାର ଦୃଷ୍ଟିରୁ ଆଦର୍ଶ ଦୃଷ୍ଟିରୁ

     ଜୀବନ କୁ ବୁଝାଇଥିଲ

   ସାମ୍ୟବାଦ କୁ ମର୍ମେ

   ମୁଁ ମର୍ମାହତ ମୁଁ ବି ନିହତ

    ଛାଡି ଚାଲିଗଲ ଆମକୁ

    ଏତେ ଶୀଘ୍ର ତୁମେ

    ବିଚାର ବିମର୍ଷ ନ କରି

   ଆଲୋଚନା ପର୍ଯ୍ୟାଲୋଚନା ନ କରି

   ଚାଲିଗଲ ଚାଲିଗଲ କୁହ କେମିତି ତୁମେ

   ଥିଲ ପରା ମୋ ଗୁରୁ ତୁମେ ।


    ସତ୍ୟ ପଥ ର ପଥିକ ଥିଲ ତୁମେ

    ନିଷ୍ଠାପର ମଣିଷଟେ ଥିଲ ତୁମେ

   ତୁମ ପ୍ରଦର୍ଶିତ ପଥର ପଥିକ ଥିଲୁ ଆମେ

   ଆମ ଅଜ୍ଞାତରେ ଆମକୁ ଛାଡି ଚାଲିଗଲ ତୁମେ

   ତୁମ ନିଷ୍ଠା ତୁମ ଆଦର୍ଶକୁ ନେଇ

    ଏବେ ବି ବଞ୍ଚିଅଛୁ ଆମେ

   ଲାଞ୍ଚ ମିଛ ଖଚ ଠାରୁ ଦୂରେ ରହି

   ତୁମ ଆଦର୍ଶକୁ ଜୀବନର ବ୍ରତ କହି

    କେମିତି ଭୁଲିବୁ ତୁମକୁ ଆମେ

    କୁହ କୁହ ଥିଲ ପରା

    ମୋ ଗୁରୁ ତୁମେ ।

 

    ଧନୀ ଗରିବ ର ପ୍ରାଚୀର ଭାଙ୍ଗିବାକୁ

    କହୁଥିଲ ତୁମେ

     ଜାତି ଧର୍ମ ର ରାଜନୀତି କୁ

   ଶେଷ କରିବାକୁ କହୁଥିଲ ତୁମେ

    ପୁଞ୍ଜିବାଦର ଶିକୁଳି କୁ

    ଛିଣ୍ଡାଇବାକୁ ପରା କହୁଥିଲ ତୁମେ

    କିପରି ଭୁଲିବୁ ତୁମକୁ

    ଥିଲ ପରା ମୋ ଗୁରୁ ତୁମେ ।


   ଜୀବନ ଜୀବିକା ପାଇଁ

    ଲଢିଥିଲ ତୁମେ

   ଦଳିତ ନିଷ୍ପେସିତ ଙ୍କ 

     ଦେବତା ଥିଲ ତୁମେ

   ମଣିଷ ପଣିଆ ମାନବିକତା ର

   ଦେବ ଦୂତ ଥିଲ ତୁମେ

    ତବ ମୃତ୍ୟୁ ପରେ ବି

    ଅମର ରହିଛ ରହିବ ତୁମେ

    ଦୁର୍ଯ୍ୟୋଧନ ନାମ ଥିଲେ ବି ତବ

    ଯୁଦ୍ଧିଷ୍ଠିର ଙ୍କ ବିଚାର ଠାରୁ

    କେଉଁ ଗୁଣ ଠାରୁ ଊଣା ରହିଥିଲ ତୁମେ

   ତୁମେ କାଳଜୟୀ ତୁମେ ମୃତ୍ୟୁଞ୍ଜୟୀ

    ଥିଲ ପରା ମୋ ଗୁରୁ ତୁମେ ।


    ସ୍ରଷ୍ଟା ତୁମକୁ କେଉଁ ଧାତୁରେ ଗଢିଥିଲା

    କେତେ ସାହାସ ଧୈର୍ଯ୍ୟ ତୁମଠି ଭରିଥିଲା

    ତୁମେ କାଳଜୟୀ ଜନ୍ମେଜୟ ତୁମେ

   ନୀତି ନୈତିକତା ଆଦର୍ଶ ର ସମାହାର ତୁମେ

   ତୁମେ ଯୁଗ ସ୍ରଷ୍ଟା ତୁମେ ଦିବ୍ୟ ଦ୍ରଷ୍ଟା

    ଜୀବନ ଦର୍ଶନର ସ୍ଵୟଂ ସମ୍ପୂର୍ଣ୍ଣ ତୁମେ

    ମାନବ ଜାତି ର ସ୍ଵର ତୁମେ

   ଦଳିତ ନିଷ୍ପେସିତ ଙ୍କ ଈଶ୍ଵର ତୁମେ

   ଥିଲ ପରା ମୋ ଗୁରୁ ତୁମେ ।


 

    

   


Rate this content
Log in

Similar oriya poem from Abstract