Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Fantasy

3  

Kalyani Nanda

Fantasy

ମୋ ଗାଁ ରେ ଶିତ ସକାଳ

ମୋ ଗାଁ ରେ ଶିତ ସକାଳ

1 min
125


ରିମ୍ ଝିମ୍ ସୁରେ ଗୀତ ଗାଇ ଗାଇ,

ସବୁଜିମା ରଙ୍ଗେ ଧରାକୁ ରଙ୍ଗାଇ,

ବର୍ଷା ଧୀର ପଦପାତେ ଯାଏ ଚାଲି,

କାଲୁଆ ବାଆ ସାଥେ ଶିତ ଆସେ ଥିରି ଥିରି।


ସକାଳ ହୁଏ କୁହୁଡି ରେ ଭିଜି ଭିଜି,

ଢଳ ଢଳ କାକର ଫୁଲକୁ ଦିଏ ଛୁଇଁ,

ମୋ ଗାଁ ମନ୍ଦିରେ ଶୁଭେ ଘଣ୍ଟ ଧ୍ବନି,

ପ୍ର।ଚୀ ତଟେ ଦିଶେ ଉଷା ର ନାଲି ପଣତ କାନି।


ମୋ ଗାଁ ଚାଳ ରୁୁ ଉଠେ ଧୂଆଁ ର କୁଣ୍ଡଳୀ,

ନଦୀ ଜଳେ ମୁହଁ ଦେଖେ ନୂଆଁ ଭୁଆସୁଣୀ,

ମୋ ଗାଁ ଦାଣ୍ଡରେ ଲାଗେ ଲୋକଙ୍କ ଗହଳି,

ଚଷା ପୁଅ ଯାଏ କ୍ଷେତକୁ ଖୁସିରେ ଗୀତ ଗାଇ ଗାଇ।


ମୋ ଗାଁ ରେ ଶିତ ସକାଳ ମନେ ଆଣେ ଖୁସି,

ପ୍ରବାସୀ ପ୍ର ପ୍ରିୟ ପଥ ନବବଧୂ ରହିଥାଏ ଚାହିଁ,

ଦୂର ତାଳ ବଣେ ଯେବେ ପିକ ଦିଏ ରାବି,

ଗାଁ ରେ ଶିତ ସକାଳ ହୁଏ ଏକ ନୂତନ ଆଶା ନେଇ।


Rate this content
Log in

Similar oriya poem from Fantasy