Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Abstract

3  

Kartik chandra panda

Abstract

ମୋ ଗାଁ ହସୁଛି

ମୋ ଗାଁ ହସୁଛି

1 min
172



ମୋ ଗାଁ ଆଜି ହସୁଛି

ଗୋଡ଼ରେ କାଦୁଅ ଲାଗୁନାହିଁ ଆଉ

ଗାଁ ଦାଣ୍ଡ ପକ୍କା ହୋଇଛି

ସାଇକେଲ ଟିଏ ନଥିଲା ଗାଁରେ

ଏବେ ଘରେ ଘରେ ବାଇକ ରହିଛି

ମୋ ଗାଁ ଆଜି ହସୁଛି।

ଚାଳ ଛପରର ଘରଟିଏ ଏବେ

ଦେଖିବା ସପନ ହୋଇଛି

ପକ୍କାଘର କରି ଗାଁ ଲୋକମାନେ

ଖୁସିରେ ଖୁସିରେ ରହୁଛି

ମୋ ଗାଁ ଆଜି ହସୁଛି।

ଆଗ ପରି ଆଉ ପର ଦୁଆରକୁ

ମାଗିବାକୁ ଯାଉନାହିଁ

ହାତ ପାହାନ୍ତାରେ ସବୁ ମିଳିଯାଏ

ଯିବାକୁ କୁଆଡେ଼ ହଉନାହିଁ

ଉପାସ ଭୋକରେ ମରୁନାହିଁ କେହି

ମାଗଣା ଚାଉଳ ପାଉଛି

ମୋ ଗାଁ ଆଜି ହସୁଛି।

ମୋ ଗାଁରେ ସ୍କୁଲ ହୋଇଛି

ପାଠ ପଢ଼ିବାକୁ ଦୂର ଗାଁ ଯିବା

ଆବଶ୍ୟକ ଆଉ ହଉ ନାହିଁ 

ଛୋଟ ଠାରୁ ବଡ଼ ସବୁ ପିଲା ଏବେ

ପଢ଼ୁଛନ୍ତି ଗାଁ ସ୍କୁଲରେ ଯାଇ

ଶିକ୍ଷିତ କେହି ହୁଅନ୍ତୁ କି ନାହିଁ 

ସାକ୍ଷରତା ହାର ବଢିଛି

ମୋ ଗାଁ ଆଜି ହସୁଛି।

କାମ କରିବାକୁ ଚାହୁଁ ନାହିଁ କେହି

ଅଳସୁଆ ସବୁ ହୋଇଲେ

ଚାଷ ବାସ ଛାଡ଼ି ରୋଜଗାର ପାଇଁ

ସମସ୍ତେ ବିଦେଶ ଧାଇଁଲେ

ମୋ ଗାଁରୁ ଏବେ ଯାହାକୁ ପଚାର

ତା' ପୁଅ ବିଦେଶ ଯାଇଛି

ବାହାରେ ଦାଦନ ଖଟୁଛି

ମୋ ଗାଁ ଆଜି ହସୁଛି।

ଚାଷ କରିବାକୁ ଆଦର ନାହିଁ

କାହାରି ବାଡ଼ିରେ ଗଛଟେ ନାହିଁ

ପରିବାଟେ ପାଇଁ ବଜାର ଯାଉଛି

ବାଡ଼ିରେ ଢମଣା ଡେଉଁଛି

ମୋ ଗାଁ ଆଜି ହସୁଛି।

ମୋ ଗାଁରେ ବଜାର ହୋଇଛି

ଚା ପାନ ଠାରୁ ରମ୍ ବ୍ରାଣ୍ଡି ଯାଏ

ସବୁ କିଛି ମିଳି ଯାଉଛି

ସକାଳରୁ ରାତି ରାତିରୁ ସକାଳ 

ସବୁବେଳେ ଭିଡ଼ ଜମୁଛି

ସକାଳ ଠୁଁ ରାତି ଅଧା ହେବାଯାଏ

ଅସାମାଜିକତା ବଢ଼ି ବଢ଼ି ଯାଏ 

ମଦୁଆଙ୍କ ଆଡ୍ଡା ଜମୁଛି

ତଥାପି ମୋ ଗାଁ ହସୁଛି।

ଲୁଙ୍ଗି ଧୋତି ଗାମୁଛା ଲୋଡ଼ା ନାହିଁ ଆଉ

ଟ୍ରାକ୍ସ ସୁଟ ସାର୍ଟ ପ୍ୟାଣ୍ଟର ବଢ଼ିଅଛି ଭାଉ

ବଜାର ବୁଲିବା ଅଭ୍ୟାସରେ ପଡ଼ି

କାମ ଦାମ ସବୁ ଭୁଲିଛି

ତଥାପି ମୋ ଗାଁ ହସୁଛି।

ମାଗଣା ରାସନ, ମାଗଣାରେ ଘର

କାଳିଆ ଯୋଜନା ସରକାରଙ୍କର

ଲୋକଙ୍କୁ କୋଢ଼ିଆ କରୁଛି

ଲୋକଙ୍କ ମୁହଁରୁ ଶୁଣୁଛି

ବିଲ ସବୁ ପଡ଼ିଆ ପଡ଼ିଛି

ତଥାପି ମୋ ଗାଁ ହସୁଛି।



Rate this content
Log in

Similar oriya poem from Abstract