ମୋ ଗାଆଁ
ମୋ ଗାଆଁ
ମୋ ଗାଆଁ
ମୋର ଜନମ ଭୂଇଁ ସେ ମୋ ମାଆଁ ।
ତା ମାଟି, ତା ପାଣି, ତା ପବନରେ,
ଦିବା, ଦଣ୍ଡ, ମାସ, ପ୍ରତି ମୁହୂର୍ତ୍ତରେ,
ସତେ କି ନିଇତି ଅମୃତ ଝରେ ।
ମୋ ଗାଆଁ ପାଇଁ ଭୁଲି ଯାଏଁ ସାରା ଦୁନିଆଁ ।
ମୋ ଗାଆଁ
ଗାଆଁ ମଝିରେ ମୋ ଜଗତ ନାଥ,
ଫରଫର ଉଡ଼େ ତା ମନ୍ଦିର ନେତ,
ନିତିଦିନ ହୁଏ ମୁଁ ଦଣ୍ଡବତ ।
ଗ୍ରାମଦେବତୀ, ପନ୍ଥେଇରାଣୀ ମୋ ସାହା ।
ମୋ ଗାଆଁ
ପୂରୁବ ଦିଗେ ମହାନଦୀର ଶୋଭା,
ପଶ୍ଚିମେ ଲଷ୍ମୀ ଚାଷ ଜମିରେ ଉଭା,
ଉତ୍ତରେ ବଣ ଦେଖିଲେ ମନଲୋଭା ।
ଦକ୍ଷିଣେ ଝରେ ଝରଣା, ବହେ ଅମୃତ ବାଆ ।
ମୋ ଗାଆଁ
ଗାଆଁରେ ଆମ ଚାଷୀଙ୍କ ମେଳ,
ଧନୀ ଗରିବ ନାହିଁ ତ ଗୋଳ,
ଆମ ହୃଦୟେ ଏକତା ବଳ ।
ଡାଲବ ମୋର ଗାଆଁ, ସେ ଯେ ଭାରି ବଢ଼ିଆ ।
ମୋ ଗାଆଁ
ଗାଆଁରେ ନାହିଁ ତସ୍କର ଭୟ,
ପୂଜା ପାର୍ବଣେ ଆନନ୍ଦମୟ,
ହସଖୁସିରେ ଆମ ବିଜୟ ।
ପ୍ରଗତି ପଥେ ଆଗରେ, ଆମ ଗାଆଁର ନାଆଁ ।
ମୋ ଗାଆଁ