STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

କ୍ରୋଧର ନିଆଁ

କ୍ରୋଧର ନିଆଁ

1 min
136

କ୍ରୋଧର ନିଆଁ ଗିଳିପକାଏ ସମଗ୍ର ସତ୍ତା 

ହଜିଯାଏ ଜ୍ଞାନ ଗୁଣ ବୁଦ୍ଧି ବିବେକ ବୁଦ୍ଧିମତ୍ତା 

ଆୟତ୍ତରେ ନରହିଲେ ପଶୁ ତୁଲ୍ୟ ଗୁଣବତ୍ତା 

ଶିକ୍ଷା ସଂସ୍କୃତିରେ ସୁଧୁରିଯିବା କ୍ରୋଧରେ ନହୋଇ ବିକ୍ଷିପ୍ତା 

କ୍ରୋଧ ଏକ ମାନସିକ ଭାରସାମ୍ୟ ଅଭିଯୁକ୍ତା 

ପରିମାର୍ଜ୍ଜିତ ଶୃଙ୍ଖଳିତ ହେବାକୁ ଲୋଡ଼ା ପବିତ୍ରତା 

କ୍ରୋଧ ବା ରାଗ ପରି ତାମସିକ ଗୁଣ ପରିହରି ହେବାକୁ ଅପରାଜିତା 

ଅଢେଇ ଅକ୍ଷର ସବୁ ଆପଣେଇ କ୍ରୋଧ ଦୂରେଇଲେ 

ଦୂର ହେବ ଅରାଜକତା ବିଫଳତା

ହେବାକୁ ସୁବକ୍ତା ନିୟନ୍ତ୍ରଣ କରିବା କ୍ରୋଧର ସ୍ପୁଲିଂଗତା 

ବାକ୍ୟ ଓ କର୍ମ ଭିତରେ ରଖି ସାମଞ୍ଜସ୍ୟ 

କ୍ରୋଧ ନିରାକାରଣେ ଦେବ ସହାୟତା 

ତାମସିକ କ୍ରୋଧ ଡାକିଆଣେ ଶତ୍ରୁତା 

ଅନିଷ୍ଟ କରଇ ଦୁରେଇ ଯାଏ ବନ୍ଧୁତା 

କ୍ରୋଧ ଶାନ୍ତ କରି ମନ ସ୍ଥିର କଲେ ସଫଳତା 

କ୍ରୋଧ ଧ୍ୱଂସ କରେ ସମ୍ପର୍କ ସୁଖ ଡାକି ଆଣେ ଅମାନବିକତା 

ସ୍ଵଛ ହୃଦୟ ସ୍ଵଚ୍ଛ ମନରେ କ୍ରାଧ ବିଷାକ୍ତ ଅତ୍ୟନ୍ତ ସତ୍ୟ ଏହି କଥା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational