STORYMIRROR

KSHIRADRI SAHU

Children Stories Others

3  

KSHIRADRI SAHU

Children Stories Others

ଯୁଗଳମୂର୍ତ୍ତି ଦର୍ଶନେ

ଯୁଗଳମୂର୍ତ୍ତି ଦର୍ଶନେ

1 min
140

ଯୁଗଳ ମୂରତି  ଶ୍ରୀହରି-ବାମା

ଯେମିତି ଶର୍ବରୀ ପୂର୍ଣ୍ଣ-ଚନ୍ଦ୍ରମା

ଦାମୋଦର ପ୍ରିୟା  ରାଧିକାରାଣୀ

ରାଧେକୃଷ୍ଣ ସାଥେ ବିମୁଗ୍ଧ ଠାଣି ସେ'

   ଯୁଗଳ ମୂରତି ଚିତ୍ତେ ଯେ'

   ଦିବ୍ୟତା ଦର୍ଶନେ ସତୃଷ୍ଣ ନୟନେ

   ପୀୟୂଷ ପାନ କି'ସତେ ଯାଏ ଯେ l


ଶ୍ୟାମଳ-ଶରୀର  କୁଞ୍ଚିତ କେଶ

ଶିରରେ ସଜ୍ଜିତ  ଚନ୍ଦ୍ରିକା ବେଶ

ପରମ ପୂଜିତା  ନିତ୍ୟନବନିତା

 ସକଳ ଗୁଣତା କି!ଆନନ୍ଦିତା ସେ'

   ରାଧିକା ବଲ୍ଲଭ ରାସ ଯେ'

   ତ୍ରିଭଙ୍ଗୀ ଠାଣିରେ ବଇଁଶୀ ଅଧରେ 

    ନୟନ ପରାଣ ବି ତୋଷ ଯେ l


ସ୍ମରନ୍ତି ଗୋପରେ ଯମୁନା ଜଳ

 କାନନ କୁଞ୍ଜରେ  କଦମ୍ବମୂଳ

 ରାଈ-ହରି ସ୍ମରି ଗୋପ ଗୋପିକା

 ଭଜନେ ବଚନେ ଜପି ଜପିକା ସେ'

   ଭକତି ଅମୃତ ପାନେ ଯେ'

   ନୟନେ ଶୟନେ ଶ୍ରୀହରି ଗାୟନେ

     ଯୁଗଳ ମୂରତି ନାମେ ଯେ l


Rate this content
Log in