ଅଭିମାନ
ଅଭିମାନ
ଭିଜା ଭିଜା ଏଇମାଟି
ଭିଜା ତୁମ ଦେହ
ଭିଜା ଭିଜା ଆଖିତଳେ
ଅସରନ୍ତି ଲୁହ ।(୦)
ଆଜିଏଇ ଲଗନରେ
ଆସ ଯିବା ବୁଲି
ପୋଛି ଦେଇ ଆଖି ଲୁହ
ଯିବା ସବୁ ଭୁଲି ।
ଯେତେ ସବୁ ଅଭିମାନ
ଛାତି ତଳ କୋହ ।
ଭିଜା ଭିଜା........(୧)
ଲୁହ ଆଉ ଅଭିମାନ
ଗଛ ତଳ ଛାଇ
ଦୀର୍ଘ ମାସ ବର୍ଷ ଦିନ
ପାରେ ନାହିଁ ରହି ।
ଯାଅ ନାହିଁ ଏକା ଏକା
ଆଉ ଟିକେ ରୁହ ।
ଭିଜା ଭିଜା.........( ୨)
