STORYMIRROR

Prabhanjana Tripathy

Fantasy

3  

Prabhanjana Tripathy

Fantasy

ମୋ ଅଭିଶାରୀକା

ମୋ ଅଭିଶାରୀକା

1 min
246


ଜୀବନର ରଙ୍ଗ ସବୁ ବଦଳୁ ବଦଳୁ,

ଅମାବାସ୍ୟା ସବୁ,

ଛାତିରେ ଲୁଚାଇ,

ଝରାଇଛି କେତେ ଅନ୍ଧ ରାତି ll

"ପୂର୍ଣ୍ଣିମା ରାତିର" ରହି ଅପେକ୍ଷାରେ,

ଆଣ୍ଠୁ ଧୋଇ ନୟନ ଅଶ୍ରୁରେ,

କେବଳ ସନ୍ତାପ ଛଡା ନାହିଁ ଅନ୍ୟଗତି ll


ମୁହଁ ଦୁଇ ଆଣ୍ଠୁ ଭିତରକୁ ଠେଲି,

କଇଁ କଇଁ କଣ୍ଠ କୋଣେ ଚାପି,

ଉଁ ଉଁ ଶବ୍ଦ କୁ ସମ୍ଭାଳି,

କେବଳ ରୁଦ୍ଧ କଣ୍ଠରେ ଅଶ୍ରୁନୀର ଝାରି ll


ନିରୁଦ୍ଧିଷ୍ଟ ସ୍ଥାନ ଖୋଜି ନିରୋଳାରେ ବସି,

ସନ୍ତାପିତ ସହରକୁ ପଛରେ ପକାଇ,

ନୀଳ ନୀଳ ନିଳିମାର ବାଦଲକୁ ଗଣି,

ଉଡିଯିବା ପକ୍ଷୀ ପରି ' ମନେ ମନେ ମଣି,

ଛୁଇଁବାକୁ ଆକାଶର ସେ ସ୍ବପ୍ନ ରାଇଜ,

ଯେଉଠିକି ଯାଇଛି ମୋ ହୃଦୟର ମଣୀ ll


ପୁନଃ ଜୀବନର ରଙ୍ଗ,ପ୍ରିତୀପଦ୍ମା ସଙ୍ଗେ,

ହାତକୁ ଦିହାତ ପାଇଁ,ଅଦୃଶ୍ୟକୁ ମାଗେ,

ହେ ଅଲେଖ ନ ଥାଉ ତୁମ ପଛେ ଦେଖା,

ଦିଅ ପୁଣି ଦିଅ ମତେ,ମୋ ଅଭିଶାରୀକା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy