ମଣିଷ ପଣରେ ଜୀଅଁ
ମଣିଷ ପଣରେ ଜୀଅଁ
ସୂରୁଜ ଡୁବନ୍ତି ପଶ୍ଚିମ ଆକାଶେ
ପକ୍ଷୀ ଫେରେ ନିଜ ନୀଡେ
ଏ ମର୍ତ୍ୟ ମଣ୍ଡଳେ ଜନମ ଲଭିଲେ
ମରିବାକୁ ଦିନେ ପଡେ ।
ମହୁମାଛିଟିଏ ଫୁଲରୁ ଫୁଲକୁ
ଉଡିବୁଲେ ପ୍ରତିକ୍ଷଣ
ପର ଉପକାରେ ଲଗାଏ ଜୀବନ
ସଞ୍ଚି ତା' ଅମୃତ ଝର ।
ଆପଣାର ବିନା ସପନର ମାନେ
ଜୀବନରେ କିଛି ନାହିଁ
ସ୍ୱପ୍ନ ପୁରା ପାଇଁ ଆପଣା ଲୋକଙ୍କ
ହାତ କେବେ ଛାଡ ନାହିଁ।
ଏ ମଣିଷ ଜୀବନ ଅଟଇ ଦୁର୍ଲ୍ଲଭ
ଭଲ କାମରେ ଲଗାଅ
ହିଂସା, କ୍ରୋଧ, ଘୃଣା ସବୁ ଭୁଲିଯାଇ
ମଣିଷ ପଣରେ ଜୀଅଁ ।