ମଙ୍ଗଳ ଗ୍ରହ କି ଏତେ ପାଖରେ!
ମଙ୍ଗଳ ଗ୍ରହ କି ଏତେ ପାଖରେ!


ମଙ୍ଗଳ ଗ୍ରହ କି ଏତେ ପାଖରେ!
ସପନ ଦେଖିଲି ଗତ ରାତିରେ
ଚଢିଥିଲି ମହାକାଶ ଯାନରେ ।।
ଆଖି ପିଛୁଳାକେ ଯାନଟି ଉଡି
କ୍ଷଣକ ମଧ୍ୟରେ ଆକାଶେ ଚଢି।।
ମଙ୍ଗଳ ଗ୍ରହରେ ରହିଲା ଯାଇ
ତା ପରେ ଯାନରୁ ଗଲି ଓହ୍ଲାଇ।।
ମଙ୍ଗଳରେ ଯେବେ ଦେଲି ମୁଁ ପାଦ
ଧପକିନା ଶୁଣାଗଲା ଶବଦ।।
ଦୂରରୁ ଦିଶିଲା କିଞ୍ଚିତ ଜଳ
ନଥିଲା ସେଠାରେ ବାୟୁମଣ୍ଡଳ।।
ମୁହଁରେ ମୋ ଥିଲା ବାୟୁର ଥଳୀ
ସେଥିପାଇଁ ବୋଧେ ଜୀବିତ ଥିଲି।।
ଲାଗୁଥିଲା ମୋତେ କେଡେ ଅଜବ
ମୋତେ ଛାଡି ସେଠି ସବୁ ନିର୍ଜୀବ।।
ଭାରି ଏକୁଟିଆ ଲାଗିଲା ମୋତେ
ଭୟେ ଖୋଲିଗଲା ଆଖି କେମନ୍ତେ।।
ପାଇଲି ନିଜକୁ ଶେଯ ଉପରେ
ମଙ୍ଗଳ ଗ୍ରହ କି ଏତେ ପାଖରେ !!