Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୌମ୍ୟରଞ୍ଜନ ନାୟକ

Children

4.5  

ସୌମ୍ୟରଞ୍ଜନ ନାୟକ

Children

ମନେପଡେ ଆଜି ସେ ପିଲାଦିନ

ମନେପଡେ ଆଜି ସେ ପିଲାଦିନ

1 min
216


ସକାଳର ଡାଏରୀରେ

ଆଜିର ସାଏରୀ 

ଅତୀତର ସ୍ମୃତିକୁ ସତେ

ପାଆନ୍ତିକି ଫେରି ।


ସମୟସ୍ରୋତରେ ଆଜି

ପରିବର୍ତ୍ତିତ ଏ ଜୀବନ 

ମନେପଡେ ମୋର

ସେହି ସୁନ୍ଦର ପିଲାଦିନ।


ଚକ୍ ଖଡି ସିଲଟରୁ

କାଗଜ କଲମର ଯାତ୍ରା 

ମାଆର କାହାଣୀ ଆଉ

ବର୍ଣ୍ଣବୋଧ ଯୁକ୍ତାକ୍ଷରମାତ୍ରା ।


ବରଗଛ ଓହଳରେ କେତେ

ଖେଳୁଥିଲୁ ଦୋଳି 

ଲୁଚାଇଖାଇଛୁ ଆମ୍ବ ,ପିଜୁଳି

ଆଉ ବାଡ଼ି ବରକୋଳି ।


ବରଷାଦିନେ ଚାଳ ଓଳିତଳେ

କାଗଜଡଙ୍ଗା ଭସା


ଖରାବେଳେ ଛୋଟବାଛୁରି ପଛେ

ଧାଇଁବାର ନିଶା ।


ବିଦ୍ୟାଳୟରେ ଶିକ୍ଷକଙ୍କ

ସେ ଲମ୍ବା ବେତର ଛାଟ 

ଆଉ ବାପାବୋଉଙ୍କର

ସ୍ନେହଭରା ତାଗିଦ୍ ଆକଟ ।


ମନେପଡେ ପିଲାଦିନ ସ୍ମୃତିର

ସେ ଅଫେରା ବେଳ

ଅପରାହ୍ନେ ସାଙ୍ଗସାଥି ମେଳେ

କବାଡି , କ୍ରିକେଟ ଖେଳ ।


ସ୍ଵାବଲମ୍ବି ହେବା ପଥେ ବଢିଚାଲିଛୁ

ସମୟର ଅନ୍ତରାଳରେ 

ଆଜି ମଧ୍ୟ ବ୍ୟସ୍ତତାର କୋଳାହଳେ

ସ୍ମୃତିସବୁ ଭାସଇ ମନରେ ।


Rate this content
Log in

Similar oriya poem from Children