Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ମନ ରହିଗଲା ତୁମରି ଠାରେ

ମନ ରହିଗଲା ତୁମରି ଠାରେ

1 min
143



ତୁମେ ଆସିଅଛ ପ୍ରାଣ ପ୍ରିୟା

ସରଗ ରାଇଜରୁ ଓହ୍ଲାଇ

କେଉଁ ଏକ ପରୀର ରୂପ ଧରି

ମୋ ଜୀବନର ବସନ୍ତରେ,

ଫଗୁଣର ସମ୍ଭାର ନେଇ

ମନର ଡାଳେ ଫୁଟାଇଛ ହସ ଫୁଲ

ହୃଦୟେ ଭରି ଦିଅ ମହକ

ବୁଣି ଦେଇ ରଙ୍ଗ କେତେ ଚାଲିଗଲ

ମୋ ଆଶା ଭରସା ବିଶ୍ଵାସରେ 

ମନ ରହିଗଲା ତୁମରି ଠାରେ...।

ଉଜାଣି ବହୁଛି ଜୀବନ ଯମୁନା 

ଖେଳିଯାଏ ତରଙ୍ଗମାଳା

ଭାବରେ ଭାବରେ ବାନ୍ଧି ହୋଇ

ପଡିଗଲି ତୁମ ପ୍ରେମରେ ପ୍ରେମରେ,

କି କିମିଆଁ କଲ ତୁମେ ମୋତେ ପ୍ରିୟା

ଚୁମ୍ବକ ପରି ଟାଣି ନେଲ

ମୋ ମନ ରୂପକ ଲୁହାଖଣ୍ଡକୁ ନେଇ 

ଯୋଡି ଦେଲ ତୁମ ମନ ସାଥୀରେ

ମନ ରହିଗଲା ତୁମରି ଠାରେ...।

ପାଶେ ଥିଲ ଲାଗୁଥିଲା ସବୁ ଭଲ

ଜହ୍ନ ରାତିର ଜୋଛନା ପରି ଝଲସୁ ଥିଲ

ଝୁମି ଝୁମି ଆସି ଚୁମି ଯାଉଥିଲ 

ଅଧା ନିଦ ଅଳସର ମଧୁ ମଳୟରେ,

ଆଖିରେ ଆଖିଏ ସପନ ଥିଲା

ରାତି ପାହି ଯାଉଥିଲା

ସପନ ମୋର କେବେ ସରୁ ନଥିଲା

ଅଧା ଭଙ୍ଗା ନିଦରେ ତୁମେ ଚାଲିଗଲ

ମନ ରହିଗଲା ତୁମରି ଠାରେ...।

ଏବେ ଲାଗେ ଚାଲିଗଲେ ପରେ ପରେ

ଦୁନିଆଁଟା ସାରା ଅନ୍ଧାର ଅନ୍ଧାର

ଭଲ ଲାଗେନା କିଛି କଥା କାହାର

ଝୁରି ହୁଏ ତୁମକୁ ଖାଲି ଭିତରେ ଭିତରେ,

ଶୁଭେ କାନେ ତୁମ ପାଉଁଜି ଶବଦ

ଆସୁଛ କି ପ୍ରିୟା ଅଭିସାରିକା ବେଶରେ

ଲାଗେ ମୋତେ ଅଧିର ଅସ୍ଥିର

ପାଶେ ତୁମ ଉଡି ଯିବି ପବନ ବେଗରେ

ମନ ରହିଗଲା ତୁମରି ଠାରେ।



Rate this content
Log in

Similar oriya poem from Romance