ମନ ପକ୍ଷୀ
ମନ ପକ୍ଷୀ
ହେ ଜୀବନପକ୍ଷୀ
ମୁଁ ଡେଣା ମେଲାଇ
ଉଡି ଉଡି ଯାଇ
ମୋର ମନକୁ ଛୁଇଁ
ମୋର ଲୁହର ଚିଠିକୁ
ସାଥିରେ ନେଇ
ମୋର ପ୍ରିୟତମକୁ
ଦେଇଯା ନେଇ
ବଞ୍ଚିଛି ଖାଲି ଲୁହକୁ ପିଇ
ମୋର ପ୍ରିୟକୁ ଝୁରି ଝୁରି
ମୁଁ ତୁମ ବିନା ଏକ କଳା ସଳିତା
ଜଳୁଛି ଜଳି ଜଳି
ହେ ଜୀବନପକ୍ଷୀ
ମୁଁ ଡେଣା ମେଲାଇ
ଉଡି ଉଡି ଯାଇ
ମୋର ମନକୁ ଛୁଇଁ
ମୋର ଲୁହର ଚିଠିକୁ
ସାଥିରେ ନେଇ
ମୋର ପ୍ରିୟତମକୁ
ଦେଇଯା ନେଇ
ତୁମର ମୋର
ପ୍ରଥମ ଦେଖା
ଆଜି ଭି ପାରୁନି
ମନରୁ ଭୁଲି
ମୁଁ ତୁମର ପ୍ରିୟତମା
ସ୍ୱର୍ଗର ଅପସରୀ ଭଳି
ତୁମେ ମୋର ରାଜକୁମାର
ମନକୁ କଲ ମୋର ଚୋରି
ତୁମର ମୋର ପ୍ରେମ କାହାଣୀ
ଅବଲୋକାର ପେଡ଼ି ପରି
ତୁମରି କାହାଣୀ ତୁମେ ତ ସାରି
ତୁମେ ତ ଗଲ ମୋତେ ଛାଡ଼ି
ମୋ ମନର ରସକୁ ସବୁ ନେଇ
ମୋତେ କରିଲ ବିରହିଣୀ
ଆଜି ବି ଜଳୁଛି ସଳିତା ହୋଇ
ନିଜକୁ ଅଙ୍ଗାର କରି
ଆମର ପ୍ରେମକୁ
ଆଧାର କରି
ଜୀବନ କାଟିବି
ହୋଇ ନିରବରୀ
ମୋର ଶେଷ ସମୟ
ଅଭିନୟ ସାରି
ଯିବି ମୁଁ ଉଡ଼ି ଉଡ଼ି
ତୁମ ପାଶକୁ
ତୁମ ପାଶରେ
ଜାଗା ଥାଉ ମୋର
କୋଳାଇ ନେବ
ତୁମ ଜିଗରକୁ
ହେ ଜୀବନପକ୍ଷୀ
ତୁ ଡେଣା ମେଲାଇ
ଉଡ଼ି ଉଡ଼ି ଯାଆ
ମୋର ମନକୁ ଛୁଇଁ
ମୋର ଲୁହର ଚିଠିକୁ
ସାଥିରେ ନେଇ
ମୋର ପ୍ରିୟତମକୁ
ଦେଇଯା ନେଇ