STORYMIRROR

Basanti Pattnaik

Romance Tragedy

3  

Basanti Pattnaik

Romance Tragedy

ମନ ପକ୍ଷୀ

ମନ ପକ୍ଷୀ

1 min
228

ହେ ଜୀବନପକ୍ଷୀ

   ମୁଁ ଡେଣା ମେଲାଇ

ଉଡି ଉଡି ଯାଇ

   ମୋର ମନକୁ ଛୁଇଁ

ମୋର ଲୁହର ଚିଠିକୁ

    ସାଥିରେ ନେଇ

 ମୋର ପ୍ରିୟତମକୁ

    ଦେଇଯା ନେଇ

 ବଞ୍ଚିଛି ଖାଲି ଲୁହକୁ ପିଇ

     ମୋର ପ୍ରିୟକୁ ଝୁରି ଝୁରି

 ମୁଁ ତୁମ ବିନା ଏକ କଳା ସଳିତା

     ଜଳୁଛି ଜଳି ଜଳି

ହେ ଜୀବନପକ୍ଷୀ 

     ମୁଁ ଡେଣା ମେଲାଇ

ଉଡି ଉଡି ଯାଇ

     ମୋର ମନକୁ ଛୁଇଁ

 ମୋର ଲୁହର ଚିଠିକୁ 

     ସାଥିରେ ନେଇ

ମୋର ପ୍ରିୟତମକୁ 

      ଦେଇଯା ନେଇ

ତୁମର ମୋର 

     ପ୍ରଥମ ଦେଖା

ଆଜି ଭି ପାରୁନି

     ମନରୁ ଭୁଲି

ମୁଁ ତୁମର ପ୍ରିୟତମା

     ସ୍ୱର୍ଗର ଅପସରୀ ଭଳି

ତୁମେ ମୋର ରାଜକୁମାର

      ମନକୁ କଲ ମୋର ଚୋରି

ତୁମର ମୋର ପ୍ରେମ କାହାଣୀ

      ଅବଲୋକାର ପେଡ଼ି ପରି

ତୁମରି କାହାଣୀ ତୁମେ ତ ସାରି

       ତୁମେ ତ ଗଲ ମୋତେ ଛାଡ଼ି

ମୋ ମନର ରସକୁ ସବୁ ନେଇ

       ମୋତେ କରିଲ ବିରହିଣୀ

ଆଜି ବି ଜଳୁଛି ସଳିତା ହୋଇ

       ନିଜକୁ ଅଙ୍ଗାର କରି

ଆମର ପ୍ରେମକୁ 

    ଆଧାର କରି

ଜୀବନ କାଟିବି

    ହୋଇ ନିରବରୀ

ମୋର ଶେଷ ସମୟ

    ଅଭିନୟ ସାରି

ଯିବି ମୁଁ ଉଡ଼ି ଉଡ଼ି

    ତୁମ ପାଶକୁ

ତୁମ ପାଶରେ

    ଜାଗା ଥାଉ ମୋର

କୋଳାଇ ନେବ

    ତୁମ ଜିଗରକୁ

ହେ ଜୀବନପକ୍ଷୀ

    ତୁ ଡେଣା ମେଲାଇ

ଉଡ଼ି ଉଡ଼ି ଯାଆ

    ମୋର ମନକୁ ଛୁଇଁ

ମୋର ଲୁହର ଚିଠିକୁ

    ସାଥିରେ ନେଇ

ମୋର ପ୍ରିୟତମକୁ

     ଦେଇଯା ନେଇ



Rate this content
Log in

Similar oriya poem from Romance