STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ମନ କଲମ

ମନ କଲମ

1 min
141


ବୁଝି ମୁଁ ପାରେନା, କହିବି କିପରି,

ଜୀବନରେ ଯେତେ ଦୁଃଖ ମୋହର,

ତମକୁ ଜାଣିବା କରିଦେଲି ଡେରି,

ସହିଯିବି ଭାବି ଭାଗ୍ୟ ମୋହର.


ଆୟୋଜିତ ହୋଇ ବିବାହ ହୋଇଲା,

ଆମ ଦୁହିଙ୍କର ସମ୍ମତି କ୍ରମେ,

ସୁଖୀ ପରିବାର, ଚାଲିଥିଲା ଆମ,

ଗୋପନ ବିଷୟ ମୁଁ ଥିଲି ଭ୍ରମେ.


ଅପ୍ରତ୍ୟାଶୀତ ଭାବେ, ଫୋନଟେ ଆସିଲା,

ତାହାଥିଲା ତୁମ ପ୍ରେମିକାଙ୍କର,

ମୋମନ ମନ୍ଦିର ହେଲା ଛାର ଖାର,

ଦେଖି ଯୁଗ୍ମ ଛବି ତାର, ତୁମର.


ପାଞ୍ଚ ବରସର ବିବାହ ବନ୍ଧନ,

ସବୁ ଅଧିକାର ପାଇ ମୁଁ ଥିଲି,

ପ୍ରତାରଣା ତୁମ ସହି ମୁଁ ନ ପାରେ,

ଜୀବନର ଜୁଆ, ଆଜି ହାରିଲି.


ବାରମ୍ବାର ତୁମ ଚିଡ଼ିବା, ଭତ୍ସନା,

ଆଜି ପାଇଲି ମୁଁ ତାରି ଉତ୍ତର,

କହିମୁ ନପାରେ, ମୋ ମନର କ୍ଳେଶ,

ପିଲା ଛୁଆଙ୍କ ଠୁଁ କରିବି ଦୂର.


ଜୀବନରେ ଥିଲା ଯଦି ଅନ୍ୟ ନାରୀର ପ୍ରଣୟ,

କିମ୍ବା ଧରିଲ ମୋ ହାତ,

ଭବିଷ୍ୟତ ମୋର ହୋଇଲା ନରକ,

କ୍ଷମା ନ କରେ ଜଗତ.




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy