STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମଲାଜହ୍ନ

ମଲାଜହ୍ନ

2 mins
359



ପୂର୍ଣ୍ଣମୀ ରାତ୍ରିର କୋଳେ

 ଖେଳେ ଚକା ଜନ୍ମ

 ଜ୍ୟୋତ୍ସ୍ନା ବିଧୌତ ମେଳେ

 ଧରା-ଗଗନ-ମଗନ,

ଅମାବାସ୍ୟାରେ କାହିଁ 

ଗ୍ରହଣ ତିଥିରେ ନାହିଁ 

   ବାଉଳା କାଉଳା 

ମନ ଭାରି ଉଚ୍ଛନ୍ନ ।


ଇଦ୍‌ ମୁବାରକ୍ ଦିନେ

ଆକାଶେ ଦିଶେ ଦାଆବାଙ୍କିଆ ଜହ୍ନ

 କାନ୍ଧ-ଛାତି-ହାତ କୋଳାକୋଳି

ରୋଜା ଶେଷ କରି 

ମୁସ୍‌ଲିମ୍ ଭାଇ ଭଉଣୀ ପାଆନ୍ତି ଅନ୍ନ, 

ବେଳ ଅବେଳରେ ସାଙ୍ଗସାଥୀ ମେଳେ

 ଗୁଲି ଗପ ଲମ୍ବିଯାଏ 

ଜାତୀୟ ରାଜପଥ ପରି ଅସରନ୍ତି

ଇଦ୍‌ ର ଜହ୍ନ ହୋଇଗଲୁ 

ବର୍ଷକୁ ଥରେ ଦିଶିବୁ ମହାଚାଲୁ

ଟିଟ୍ କାରିଆ ଥଟ୍ଟା ପରିହାସ ର 

କେନ୍ଦ୍ରବିନ୍ଦୁ ପାଲଟିଯାଏ ତନ୍ନ ତନ୍ନ ।


ଆମର ପ୍ରୀୟ ଜହ୍ନମାମୁଁ 

ଶରଗ ଶଶି

ମେଘ-ମା' କୋଳରେ ବସି ହାତ ଠାରୁଛି

ଭଲରେ ଅଛି ଦୂରେଇ ଅଛି

ସ୍ଵାଧିନ ଜୀବନ 

ସ୍ବଚ୍ଛନ୍ଦ ଜୀବନଯାପନ

ହାତ ପାଆନ୍ତାରେ ନାହିଁ କରୁଛି

ଗଗନଚୁମ୍ବୀ ହୋଇଛି 

କାଚକେନ୍ଦୁ ପୋଖରୀ ପାଣିରେ 

ହଲି ଦୋହଲି ଦୋଳି ଖେଳୁଛି ।


ହାତ ପାଉଥିଲେ

କୋଳି ପିଜୁଳି ପରି

ପାରି ଆଣନ୍ତେ 

ଜହ୍ନରେ କଳଙ୍କ

କଳା କାଳିମା ଟୀକା ଲଗେଇ ପିନ୍ଧେଇ

ମଉଜ ମସ୍ତିର ମାଧ୍ୟମ କରନ୍ତେ

 କଳି କଜିଆର ମୂଳଧାର

ତର୍କ ବିତର୍କର ମୂଖ୍ୟସାର

ଖବରକାଗଜରେ ପ୍ରଥମପୁଷ୍ଠା ଖବର

ଆଇନ୍ ଆଦାଲତରେ 

ମୁଖ-ପୁସ୍ତିକାରେ ଅବଶ୍ୟ ନାକେଦମ୍

କରି ସାରନ୍ତେଣି କେତେବେଳୁ କେତେକାଳୁ ।


ଖୁସିରେ ଅଛି ଶୀତଳ ସୁକୁମାରୀ ଜହ୍ନ

 ବାଦଳର ତୁଳାଭିଣା କୋମଳ ଶେଜରେ 

ଦିନରେ କଡ଼େ ନିଦ ମାରୁଛି

ଅପେରା ଦେଖା ରାତି ଉଜାଗର

ସକାଳୁ ପଖାଳ ଖିଆ

ପୁଣି ସେ ବହଳ ଗହଳ କୁମ୍

ଭକର୍ଣ୍ଣ ନିଦ

ପୁଣି ତରୁ ତାଜା ସନ୍ଧ୍ୟାରେ

ପାଉଡର ମଖା କଳାକାର ପରି

ଦେଦୀପ୍ଯମାନ ହସ ହସ ହାଜର 

ପୋଖତ ଅଭିନୟପଟୁ ସୌଦାଗର ।


କବିର କବିତାରେ କୁଆଁରୀ ଜହ୍ନ ସ୍ଵାଧିନ

ଭାବୁକର ଭାବନାରେ ଛନଛନିଆ ଫୁଲମନ

ପ୍ରେମିକର କଳ୍ପନାରେ ଜହ୍ନିଫୁଲିଆ ଜହ୍ନ

ବେଶ୍ ଖୁସିରେ ଅଛି 

କଡ଼ ଲେଉଟେଇ ଦିନ - ରାତି ର 

ମଖମଲି ଶେଯରେ 

ବେଶ୍ ସୁରକ୍ଷିତ ନିଶିକାନ୍ତ କିର୍ତ୍ତିମାନ ।


ସାଇକେଲ ରେ ଟିଙ୍ଗ ଡିଙ୍ଗ କଲେ

କବାଟ କଣରେ ଉଙ୍କି 

ପରଦା ଟାଣି ଉହୁଙ୍କି

ଝରକା ଫାଙ୍କରେ ବାଙ୍କି

ଚନ୍ଦ୍ର ଭଦିଆ ଚନ୍ଦ୍ରମଲ୍ଲୀ ହସେ,

ଆଜି ସେ ତାରା ମେଳରେ ମଲାଜହ୍ନ

ଠକିଦେଇ ହାତ ଛାଡ଼ି ପଳେଇଲା

ସରଗ ଧାମକୁ

ବିଧୁର ପ୍ରାଣ ସନ୍ତକ ଚମକ ଯମକ 

ଛାଇ ଜହ୍ନର ପରିବ୍ରାଜକ

ଚନ୍ଦ୍ରକଳା ପରି ବଢି ବଢି ଯାଏ

ପୁଣି ଆରୋହଣ ଚକ୍ର

ସମାପ୍ତି ଅବରୋହଣ ।


ଜହ୍ନ ରାଇଜରେ ପ୍ଲଟ୍ ଟେ କିଣିବି

ତୋଳିବି ସାତ ମହଲା ନଅର

କହିଥିଲି ପ୍ରଣୟିନୀ ପ୍ରୀୟ।କୁ ମୋର

ବାସର ରାତିରେ ସେହି ଅମୃତ ଆସର

କାନ ମୂଳରେ ଫିସ୍ ଫିସ୍ ଶ୍ଵର

ମୁରୁକି ହସି ଜହ୍ନ କଳସୀ ଛୁଇଁଥିଲା ମୋ ପୟର

ତୋଫା ଜହ୍ନରେ ଝଲସି ଉଠିଥିଲା

ମୋ' ଛୋଟ ଘର ।


ଛାତରେ ଶୋଇଲେ ଗରମ ତାତି

 ତାରାଭରା ଜହ୍ନ ରାତି

ଆଖିରେ ତତଲା ଲୁହର ଶ୍ରାବଣ

ମନ୍ଥି ହେଇଯାଏ ପଞ୍ଜରା ଛାତି 

 ତିରକାଳ ରହିଥା ଧରେ ଗାରେ ଜହ୍ନ ହେଇ

 ଦାଆ ବାଙ୍କିଆ ଜହ୍ନିଫୁଲିଆ ଅଧା ଜହ୍ନ ହେଇ

ପୁନେଇ ଦିନର ଚନ୍ଦ୍ରଉଦିଆ ଚକା ଜହ୍ନ ହେଇ

ରାଣ ରହିଲା ଲୋ ମୋ' ମଲାଜହ୍ନ !

ନିତି ଦେଖା ଦେବ ପ୍ରାଣପ୍ରୀୟେ

ରାତିସାରା ଗପିବା ଅଳପ ଅଳପ

 ପ୍ରତିପଦରୁ ପୂର୍ଣ୍ଣମୀ ଯାଏଁ

ପାକ୍ଷିକ ବିରହ ଚଳେଇ ନେବି

ନିଶବ୍ଦ ନିଃଶଙ୍ଗ ରାତିରେ ଭାବି ଅନୁଭବି ।


Rate this content
Log in

Similar oriya poem from Tragedy