Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance Tragedy

3  

Baman Chandra Dixit

Romance Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
173



 ଛାଡି ଚାଲିଗଲ , ତୁମେ ଯେବେ ଠାରୁ,

କେବେ ନିଦ ନାହିଁ , କେବେ ରାତି ନାହିଁ।

ଝରକା ଫାଂକରୁ , ସକାଳ କହୁଛି ,

ମଲା ନିଦ ପାଇଁ , ଏବେ ରାତି ନାହିଁ।।


ଶୋଇଥିଲି ଯେବେ,ତକିଆ ଆବୋରି

କୁଞ୍ଚା ଚାଦର ବି , ଘୁଞ୍ଚି ଆସୁଥିଲା ,

ଲୁହକୁ ଆଉଁସି , କୋହ କୁ ସାଉଁଟି ,

କହୁଥିଲା ନାହିଁ , ଏବେ ସାଥି ନାହିଁ।।


ଭାଜିଲା ସପନ , ଭିଜିଲା ଫଗୁଣ ,

କିଏ ଚୂନା ଚୂନା , କିଏ ଫିକା ଫିକା।

ଅଳ୍ପ ଜୋଛନା କୁ , ଝୁରି ମରେ ମୁଁ ଯେ ,

କେବେ ଚାନ୍ଦ ନାହିଁ , କେବେ ରାତି ନାହିଁ।।


ନିଜେ ନିଜକୁ ଦେଖୁଛି , ଛୁଇଁ ଛୁଇଁ,

କିଛି ସ୍ପନ୍ଦନ ଛାତିରେ , ବାକି ଅଛି।

ହୃଦୟର ଗତି , ବଢ଼ି ଯାଏ ହେଲେ,

କେବେ ତାତି ନାହିଁ , କେବେ ସାଥି ନାହିଁ।।


ଦୂର ଦିଗନ୍ତ ର, କୃର ଦୂରତା କୁ ,

ଅତୃପ୍ତ ଆଖି ମୋ , ମାପି ସାରିଲାଣି।

ହଜା ସପନ କୁ , ଭିଜା ନୟନ କୁ,

କେବେ ସାଥି ନାହିଁ , କେବେ ରାତି ନାହିଁ।।




Rate this content
Log in

Similar oriya poem from Romance