STORYMIRROR

padmaja pati

Tragedy

3  

padmaja pati

Tragedy

ବୋଉକୁ ପଦେ

ବୋଉକୁ ପଦେ

1 min
272

ଆଖି ଆଗରୁ ମୋ ଦୂରେଇ ଗଲୁ ତୁ

ଭସା ମେଘଟିଏ ପରି

ଅବୁଝା ଏ ମନ, ସବୁ ଲାଗେ ଶୂନ

କେତେ ମୁଁ ହେଉଛି ଝୁରି।

ଲାଗୁଛି ଏମିତି ଘୂରି ବୁଲୁଛୁ ତୁ

ମୋ ଚାରିପଟେ ନିତି

ତଥାପି ଭିଜୁଛି ପଣତ କାନି ମୋ

ଜାଳି ନିତି ସଞ୍ଜ ବତୀ।

ଖାଇଲୁ କି ନାହିଁ,ପଢିଲୁ ନାହିଁ

ପଚାରିବାକୁ କେ ଅଛି?

ଘଣ୍ଟ ଘୋଡେ଼ଇ କି ରଖିବେ ଠାକୁର

ସ୍ମୃତି ଆଜି ସାଉଁଟିଛି।

ସପନରେ ଆସି,ଦେ ମୁଣ୍ଡ ଆଉଁସି

ତୋ ପରଶ  ଆଜି ଝୁରେ

ଲଭି ତୋ ଆଶିଷ , ଘୁଞ୍ଚି ଯାଉ ଦୁଃଖ

ଅବସାଦ ଯାଉ ଦୂରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy