STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ବିଶ୍ବାସଘାତ

ବିଶ୍ବାସଘାତ

1 min
249


ବନ୍ଧୁ ଯେବେ ବନ୍ଧୁକ ସାଜେ ଆଉ ଅବା ମଣିଷର ଅଛି କେଉଁ ଗତି?

ଏଇ ଦୁନିଆ ତ ଲାଗେ ବିଷମୟ ଯେବେ ଦଗା ଦିଏ ପ୍ରିୟ ସାଥି

ଦୁନିଆ ହାଟରେ ଏଇ ମଣିଷ କାହାକୁ ଅବା ଭରସି କରିବ ବିଶ୍ବାସ?

ସଭିଏଁ ତ ଭଦ୍ର ମୁଖାଧାରୀ ନ୍ଯସ୍ତ ସ୍ବାର୍ଥୀ ପରଶ୍ରୀକାତରତାର ଦାସ !

ବନ୍ଧୁ ଭାବେ ମଣି ଯାହା ସହ ରଖିଥିବ ସହୃଦୟ ପୀରତିର ଭାବ

ସଠିକ ସୁଯୋଗ ଜୁଟିଲେ ସେହି କରିବ ପ୍ରିୟ ମିତ୍ରର ପକ୍ଷ ଛେଦ

ମଧୁର ମିଥ୍ଯା କହି କୌଶଳେ କଢାଇ ନେବ ଅଧୋଗତିର ପଥ

ବିଶ୍ବାସର ମଧୁଭାଣ୍ଡେ ଦେଇ ବିଷ କରି ଦେବ ଅକାଳେ ସର୍ବନାଶ !

ଏଠି ଘୁରି ବୁଲୁଛନ୍ତି କେତେ ଯେ ଛଦ୍ମବେଶୀ ଚତୁର କୁଶଳୀ ଶିକାରୀ

ମନର ପିଆଲାରେ ଢାଳି ଭେଜାଲ୍ ପ୍ରୀତିର ମଦିରା ଦିଅନ୍ତି ଖଳ ଇସାରା

ଅବିଳମ୍ବେ ଲୁଟି ନେଇ ସର୍ବସ୍ବ ସଜାଇ ଦିଅନ୍ତି ମଣିଷକୁ ଦାଣ୍ଡର ଭିକାରି

କୁହୁକିନି ପ୍ରଣୟିନୀ ସାଜି ଖାଇ ଯାଆନ୍ତି ରକ୍ତ ମାଂସ ହାଡ ଝୁଣି ଝୁଣି!

ବିଶ୍ବାସଘାତର ଗରଳ ଜ୍ୱାଳାରେ ଜଳିଯାଏ ମନ ପ୍ରାଣ ସର୍ବାଙ୍ଗ ଶରୀର

ବିଶ୍ବାସ ତୁଟିଲେ ବାରେ ଆଉ କି ମଣିଷ କାହାରିକୁ ମଣେ ଆପଣାର ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy