ଅନ୍ତସତ୍ତ୍ବା
ଅନ୍ତସତ୍ତ୍ବା
ଏ ଧରାର ପ୍ରତ୍ୟେକ ଜୀବ,
ମାୟାର ଔରସ ମୋହର ଗର୍ଭ,
ଲୋଭର ଖାଦ୍ଯରୁ ଗର୍ବର ସ୍ବାଦ ;
ପାଇ ଶିଶୁ ହୁଏ ଠାବ,
କୁ ହେଉ ଅବା ସୁ ସନ୍ତାନ ହେଉ
ଦେଖାନ୍ତି ମାତୃତ୍ବ ଭାବ ।
କରନ୍ତିନି ଗର୍ଭପାତ,
କନ୍ୟା ହେଉ ଅବା ପୁତ୍ର,
ଦେଖନ୍ତିନି ଜାତି ଗୋତ୍ର ;
ବୋଲାଅନ୍ତି ଏ ଯେ ଦାତା,
ଦାନ କରୁଅଛୁ ଗର୍ଭର ଶିଶୁକୁ
ହୋଇ ତା'ର ସ୍ନେହୀ ମାତା ।
ହେଉ ପଛେ ଯେତେ କଷଣ,
କରି ଚାଲିଥାନ୍ତି ଜନମ,
କାମ, କ୍ରୋଧ ଦେଇ ଭୋଜନ ;
ଯେବେ ହୋଇଯାନ୍ତି ଶହେ,
ଅନ୍ତସତ୍ତ୍ବା ଗାନ୍ଧାରୀର
ଆଖି ପଟି ଖୋଲିଯାଏ ।
କରିଥାନ୍ତି କେତେ ପୂଜା,
ଦୂର କରିବାକୁ ସଜା,
ଧର୍ମ ପୋତ ହୁଏ ଖୋଜା;
ଅଧର୍ମ କି ଦେବ ଛାଡି !
ବେଶୀ ମଧ୍ୟେ ଅଳ୍ପ ରହିଥିବ ଲୁଚି
ଜାନୁ ଭଗ୍ନେ ଯିବ ପଡି ।