STORYMIRROR

Suresh chandra Padhy

Tragedy

3  

Suresh chandra Padhy

Tragedy

ଅଭିଯୋଗ

ଅଭିଯୋଗ

1 min
224


କରିବିନି ପ୍ରଭୁ ଅଭିଯୋଗ କେବେ

      କିଛି ମୁଁ ପାଇ ନାହିଁ


ଯାହା ମୋତେ ଦେଲ ସବୁ ତ ପାଇଲି

    ଅଭିଯୋଗ ମୋର ନାହିଁ


ମାଟି ଝାଟି ଘରେ ସବୁ ସୁଖ ମିଳେ

      ଲୋଡ଼ା ନାହିଁ କୋଠାଘର


ଶାଗ ଭାତରେ ମୋ ପେଟ ପୁରି ଯାଏ

      ଲୋଡ଼ା ନାହିଁ ରାଜ ଭୋଗ ମୋର


ସୁଖ ଦୁଃଖ ପ୍ରଭୁ ଯାହା ମୋତେ ଦେଲ

    ଅଭିଯୋଗ ମୋର ନାହିଁ


ବାଟ ଚାଲୁ ଚାଲୁ ଝୁଟି ପଡ଼ୁ ପଡ଼ୁ

    ହାତ ଧରି ନିଅ ମୋର


ଆଖିରୁ ଲୁହ ଝରିବା ଆଗରୁ 

    ପାଖେ ଆସି ଥାଅ ମୋର


ନିନ୍ଦା ଅପବାଦ ଯେତେ ମୋତେ ମିଳୁ

    ଅଭିଯୋଗ ମୋର ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy