STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

ମୋ ଜୀବନ ପଛେ ନର୍କେ ପଡିଥାଉ

ମୋ ଜୀବନ ପଛେ ନର୍କେ ପଡିଥାଉ

1 min
275

ସନ୍ଥ କବି ଭୀମ ଭୋଇଙ୍କର ବାଣୀ

    ସାରାବିଶ୍ଵେ ଜାଗରଣ ଦିଏ ଆଣି 

ମନେ ଦିବ୍ୟ ଚେତନାର ବୀଜ ବୁଣି 

    ମହତ ଜନ ବିଚାରେ ପଢି ଶୁଣି।


ଜୀବନର ବାସ୍ତବ ଏ ପ୍ରତିଛବି

   ମର୍ମେ ମର୍ମେ ସିଏ ହୃଦେ ଅନୁଭବି 

ଜଗତର ଯେତେ ଦୁଃଖକଥା ଭାବି

    ଧ୍ରୁବ ସତ୍ୟ ତାର ରଚିଥିଲେ କବି।


ନିଜକୁ କରି ସଂପୂର୍ଣ୍ଣ ସମର୍ପଣ

   ପ୍ରଭୁଙ୍କୁ ପାଶେ କରିଥିଲେ ଜଣାଣ 

'ସ୍ତୁତି ଚିନ୍ତାମଣି' ତାର ପ୍ରମାଣ

    ଅଲେଖ ନିରଞ୍ଜନ ସବୁରି ପ୍ରାଣ।


ଜଗତ କଲ୍ୟାଣ ଅର୍ଥେ ନିବେଦନ

   କରିଥିଲେ ସେ ତାଙ୍କ ସାରା ଜୀବନ 

ହୋଇ ବି ପତିତ ନିଃସ୍ୱ ଦୀନ ଜନ

   ସ୍ୱାର୍ଥର ପଙ୍କେ ପଡିନି ତାଙ୍କ ମନ।


ସହି ସବୁ ଦୁଃଖ ଯନ୍ତ୍ରଣାର ଦାଉ

   ପ୍ରଭୁଙ୍କୁ କିଛି ତ ମାଗଲେ ନି ଆଉ 

" ମୋ ଜୀବନ ପଛେ ନର୍କେ ପଡିଥାଉ

   ଜଗତ ଉଦ୍ଧାର ହେଉ" ମହାବାହୁ।


ପର ହିତ ଲାଗି ଆତ୍ମ ବଳିଦାନ

    ଉତ୍ସର୍ଗୀକୃତ ହୋଇଅଛି ଜୀବନ 

ଜନମର ଏ ପରମ ଅବଦାନ

   ସେବା ତ୍ୟାଗ ତାଙ୍କୁ କରିଛି ମହାନ।


ଏ ଅମର ବାଣୀ ଦେଉଛି ପ୍ରେରଣା

   ଦେଖାଇ ସତ୍ୟର ପ୍ରକୃତ ଠିକଣା 

ତ୍ୟାଗ ସମର୍ପଣେ ମିଳଇ କରୁଣା

  ସ୍ଵାର୍ଥେ ବଶ ହେଲେ ହୁଏ ତାର ଊଣା।


ଏ ମଣିଷ ଭୋଗୀ ଅଶେଷ ଯନ୍ତ୍ରଣା

   କରେନା ସେ ତାର ବିନ୍ଦୁଏ ଧାରଣା 

କରେ ଯିଏ ପାଏ ଉଚିତ ପାଉଣା

   ହୁଏ ନାହିଁ କେବେ ସିଏ ବାଟବଣା।

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy