STORYMIRROR

Sambit Srikumar

Abstract Tragedy Inspirational

3  

Sambit Srikumar

Abstract Tragedy Inspirational

କାଶ୍ମୀରୀ ପଣ୍ଡିତ

କାଶ୍ମୀରୀ ପଣ୍ଡିତ

1 min
214


ଭୂମିପୁତ୍ର କାଶ୍ମୀରୀ ପଣ୍ଡିତ

ଆପଣା ମୁଲକେ ସାଜିଅଛୁ

ଆମେ ଗୃହଶୂନ୍ୟ ଶରଣାର୍ଥୀ

ଶତ୍ରୁର ବଚସ୍କର ପଦଲେହନକାରୀ

ଯେତେ ସବୁ ଜହ୍ଲାଦ ଜେହାଦୀ ବିଚ୍ଛିନ୍ନତାବାଦୀ

ଏଠାରେ ମହାମାନ୍ଯ ରାଜକୀୟ ଅତିଥି!!

ବିତୁଛି ଜୀବନ ଆମର

କ୍ଷଣ କ୍ଷଣ ଆଶା ଆଶଙ୍କାରେ

ଅସୁରକ୍ଷିତ ଅସ୍ଥାୟୀ ତମ୍ବୁ ତଳେ

ଦେଶଦ୍ରୋହୀ ପରାଙ୍ଗପୁଷ୍ଟମାନେ

ରହନ୍ତି ବିଳାସ ବ୍ୟସନେ

ଦୃଢ଼ ସୁରକ୍ଷାର ଛତ୍ରଛାୟା ଆଢୁଆଳେ!


ବିଚ୍ଛିନ୍ନତାବାଦୀଙ୍କ ପିଲାଏ ପଢ଼ନ୍ତି ପାଠ

ଦେଶ ବିଦେଶର ନାମୀଦାମୀ ସୁନାମଧନ୍ୟ

ଶିକ୍ଷାନୁଷ୍ଠାନରେ ସରକାରୀ ଅର୍ଥ ଖର୍ଚ୍ଚରେ

ଗରିବ ସାଧାରଣ ଲୋକଙ୍କ ପିଲାଙ୍କୁ

କୁପଥଗାମୀ କରାଇ ଏମାନେ

ସଜାଇ ଦିଅନ୍ତି କ୍ରୁର ଆତଙ୍କବାଦୀ

ଧରାଇ ବନ୍ଧୁକ ତାହାଙ୍କ ହାତରେ!! 

ତଥାକଥିତ ଉଦାରପନ୍ଥୀ ବୁଦ୍ଧିଜୀବୀ

ମାନବାଧିକାର ଅଧିବକ୍ତା ସଭିଙ୍କର

ଥାଏ ଦରଦ କ୍ରୁର ବିଚ୍ଛିନ୍ନତାବାଦୀଙ୍କ ପାଇଁ

ଆମ ଦୁଃଖ ଦୁର୍ଦ୍ଦଶା ଶୋଷଣ କଷଣରେ

କାହାରି କୁହାଳିଆ ମୁଖରୁ ଭୁଲରେ ବି

ଆହା ପଦେ ସ୍ପୁରେ ନାହିଁ!


ସଂଖ୍ଯାଲଘୁ ତୁଷ୍ଟିକରଣ ରାଜନୀତିରେ

ଆମେ ଆଜି ପାଲଟିଯାଇଛୁ ଶରଣାର୍ଥୀ

ଆପଣାର ଜନ୍ମଭୂମି ଭାରତବର୍ଷରେ

ଅଥଚ ଅତିଥି ଦେବୋ ଭବଃ ନ୍ଯାୟରେ

ବହିରାଗତ ରୋହିଙ୍ଗିଆଙ୍କ ଥଇଥାନ ଚାଲିଛି

ଆମରି ମାଟିରେ ଆମରି ଘର ଅଗଣାରେ!! 

ସ୍ବାଧୀନୋତ୍ତର ଭାରତବର୍ଷର ଇତିହାସରେ

ଆମେ ଭୋଗିଥିବା ବର୍ବର ଅତ୍ଯାଚାର

ଏଇ ସାରାଦୁନିଆକୁ ଆଜି ବି ଅଗୋଚର

ରହିଛୁ ବଞ୍ଚି ଭିଟାମାଟିକୁ ଫେରିବାର ଆଶାରେ

ଢାଙ୍କିଛି ଅନିଶ୍ଚିତତାର କଳାବାଦଲ ଭାଗ୍ୟାକାଶରେ

ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ଦୂରରୁ ଦୂରତର!


ଏକି ଆମ ଧର୍ମନିରପେକ୍ଷତା

ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା

ନ୍ଯାର୍ଯ୍ଯ ସାମ୍ବିଧାନିକ ସମାନତା?

ଆମ ଲାଗି ଚିରକାଳ

ନ୍ୟାୟ ବିଳମ୍ବିତ ବିଡ଼ମ୍ବିତ

ଆମେ ଭିଟାମାଟିରୁ ପ୍ରତାଡିତ

ଜନ୍ମଭୂମିରେ ଶରଣାର୍ଥୀ କାଶ୍ମୀରୀ ପଣ୍ଡିତ

ଆମେ ଦୁନିଆଁର ସବୁଠୁ ଶାନ୍ତିପ୍ରିୟ ସହିଷ୍ଣୁ ମଣିଷ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract