STORYMIRROR

Sanjya Tripathy

Abstract

4  

Sanjya Tripathy

Abstract

ସ୍ବପ୍ନଦର୍ଶୀମୁଁ ସ୍ଵପ୍ନ ଦେଖେ

ସ୍ବପ୍ନଦର୍ଶୀମୁଁ ସ୍ଵପ୍ନ ଦେଖେ

1 min
304

ସ୍ବପ୍ନଦର୍ଶୀ

ମୁଁ ସ୍ଵପ୍ନ ଦେଖେ ;

ନଷ୍ଟ ନଗଢାଉ ଲୁଷ୍ଟ ଚରିତ୍ର ସଂଶୋଧନରେ

ଭୋକ, ଦାରିଦ୍ର୍ୟ, ବେକାରୀ ଦୂରୀକରଣର

ଆର୍ଥିକ ଅସମାନତା-ଶ୍ରୀ ବୈଷମ୍ୟର ଶତାୟୁ ବସଂତର

ମୁଁ ସ୍ଵପ୍ନ ଦେଖେ ;

ଅସଂଗତି ମୁକ୍ତ ନୀତିନିଷ୍ଟ ସମାଜର

ପ୍ରଦୂଷଣ ରହିତ ପ୍ରଶାସନର

ଉତ୍ତରଦାୟିତ୍ୱ ସଂପନ୍ନ କର୍ମ ସଂସ୍କୃତିର

ମୁଁ ସ୍ଵପ୍ନ ଦେଖେ 

ମୌଳବାଦ ଓ ଆକବାଦର ନିର୍ମୂଳୀକରଣର

ସୁଦୁର ଦିଗଂତରେ ଆରୋଗ୍ୟ ଝରଣାର

ଝରାଶେଫାଳୀର ମୃଣ୍ମୟୀ ମାୟାର

ମୁଁ ସ୍ଵପ୍ନ ଦେଖେ ;

ଅଖତ ଭାରତର ସୁସଂହତ କ୍ରିୟାଶୀଳତାର

ଆଭ୍ୟତରୀଣ ନିରାପତ୍ତା ଓ ସୁଦୃଢ ସୀମତର

ସମସ୍ତ ଆବଶ୍ୟକତାର ସ୍ଵୟଂ ସଂପୂର୍ଣ୍ଣ ଅଭିଯାନର

ମୁଁ ସ୍ଵପ୍ନ ଦେଖେ ;

ଅପରାଧ ଡାଏରୀର ଶେଷ ପୃଷ୍ଠାର

ଶତି ସଂପ୍ରୀତି ଭରା ସ୍ଵୟଂସିଦ୍ଧ ବ୍ୟବସ୍ଥାର

ସର୍ବୋପରି ; ସଂପର୍କର ଏକ ପରିବର୍ତ୍ତିତ ପରିଭାଷାର

ଯାହା ଝରିଆସେ ଏକ ବର୍ଷାଭିଜା କବିତାରେ ।।

ସଂଜୟ କୁମାର ତ୍ରିପାଠୀ

ସଂତୋଷ ବିହାର, ଗୋପାଲମାଲି

ବୁଢାରଜା, ସଂବାଲପୁର-୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract