Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Abstract

4  

Binodini Dash

Abstract

ଜୀବନ ଏକ ଦୀର୍ଘ ଗଣିତ

ଜୀବନ ଏକ ଦୀର୍ଘ ଗଣିତ

1 min
241



ଗଣିତ ପାଠରେ ସୂତ୍ର ପ୍ରୟୋଗରେ

ସମାଧାନ ବାଟ ସିନା ପ୍ରାପତ

ସମସ୍ୟା ବହୁଳ ସୁଖଦୁଃଖ ଠୁଳ

ଜୀବନଟା ପରା ଦୀର୍ଘ ଗଣିତ ।


ମିଶାଣ ଫେଡାଣ ଗୁଣନ ହରଣ

କରି କରି ନିତି ଚାଲେ ମଣିଷ

କେଉଁଠି ଟିକିଏ ତ୍ରୁଟି ରହିଗଲେ

ଯେତେ କଷିଲେ ବି ହୁଏନି ଶେଷ ।


ଦୃଢ଼ ମନୋବଳ ଧଇର୍ଯ୍ୟ ପ୍ରବଳ

ପାଖେ ରଖି ଯେବେ କଷିଚାଲଇ

ସମୟ ବି ଯେତେ ଦୀର୍ଘ ହୋଇଥାଉ

ନଥକି ଗଣିତ ସରଳ ହୋଇ ।


ସମାଧାନ ସୂତ୍ର ଯେବେ ମିଳୁଥାଏ

ହରଷରେ ମନ କୁରୁଳୁଥାଇ

ଭୁଲି ଯାଉଥିଲେ ଉତ୍ତର ନ ମିଳେ

ପରିଶ୍ରମ ସବୁ ବୃଥା ହୁଅଇ ।


ତଥାପି ମଣିଷ ପ୍ରତି ନିଃଶ୍ବାସରେ

ବିଶ୍ବାସ ସାଥିରେ ତୋଳିକି ଘର

ସଫଳ ବିଫଳ ତଉଲି ତଉଲି

ଚାଲିଥାଏ ପରା ସେ ନିରନ୍ତର ।



Rate this content
Log in

Similar oriya poem from Abstract