ନୃତ୍ୟ
ନୃତ୍ୟ
ଜଗନ୍ନାଥ ଙ୍କର ମନ୍ଦିରରେ ନୃତ୍ୟ
କରିଥାନ୍ତି ଦେବଦାସୀ
ନୃତ୍ୟ ଗୀତ ମାଧ୍ୟମରେ ପ୍ରଭୁଙ୍କର
ମନ ହୋଇଥାଏ ଖୁସି.l
ଆନନ୍ଦେ ଶୟନ କରନ୍ତି ଗୋବିନ୍ଦ
ଦେବଦାସୀ ନୃତ୍ୟ ଦେଖି
ଯାତ୍ରା, ମହୋତ୍ସବ ନୃତ୍ୟ ଗୀତ ଦେଖି
ଦର୍ଶକ ହୁଅନ୍ତି ଖୁସି.l
ପୁରାଣରେ ଅଛି ବେଦପତି ବ୍ରହ୍ମା
ନବ ରସେ ନୃତ୍ୟ ବେଦ
ରଚନା କରିଛନ୍ତି ଦେବସଭାରେ
ଚାଲିଥାଏ ନୃତ୍ୟ ଗୀତ.l
ରମ୍ଭା, ଉର୍ବଶୀ ଓ ମେନକା ଅପ୍ସରୀ
ନୃତ୍ୟରେ ମୁନିଙ୍କ ଧ୍ୟାନ
ଭଗ୍ନ କରି ତାଙ୍କ ମନ ମୋହିନେଇ
କାମନା କରନ୍ତି ପୂର୍ଣ୍ଣ.l
ସବୁଠୁ ପ୍ରାଚୀନ ଭାରତ ନାଟ୍ୟମ
ମୃଣାଳିନୀ ସରାଭାଇ
ଶିକ୍ଷାଦେଇଥିଲେ ବହୁତ ଶିଷ୍ୟଙ୍କୁ
ଇତିହାସେ ଅଛି ରହି.l
ଓଡ଼ିଶାରେ ପ
୍ରସିଦ୍ଧ ଓଡିଶୀ ନୃତ୍ୟ
ସମ୍ବଲପୁରୀ, ଘୁମୁରା
ଗୋଟିପୁଅ, ଛଉ,ରଣପା,ଇତ୍ୟାଦି
ଅନ୍ୟ ନୃତ୍ୟ ଗୀତ ଭରା.l
କଥକ, ବିହୁ, ମଣିପୁରୀ, ସହିତ
କୁଚିପୁଡ଼ି ମନ ମୋହେ
ପୂର୍ବେ ରାଜସଭା ମଧ୍ୟରେ ନର୍ତ୍ତକୀ
ନୃତ୍ୟ ଗୀତ ଛନ୍ଦେ ଗାଏ.l
ସରଳ ହାସ୍ୟରେ ଝୁମନ୍ତି ଜନତା
ପୁରସ୍କାର ପାଇଥାଏ.
ଦକ୍ଷିଣ ଭାରତ ମଠ ମନ୍ଦିରରେ
ଭାରତ ନାଟ୍ୟମ ନୃତ୍ୟ.
ପ୍ରଦର୍ଶିତ ହେଉଅଛି ଏବେ ମଧ୍ୟ
ଦେଖନ୍ତି ହୋଇଣ ପ୍ରୀତ.l
ଶରୀରକୁ ସୁସ୍ଥ ରଖିଥାଏ ନୃତ୍ୟ
ଓଜନ କୁ ନିୟନ୍ତ୍ରଣ
ମନ କୁ କରଇ ସରସ ସୁନ୍ଦର
ପ୍ରଫୁଲ୍ଲ ଦିଶେ ବଦନ.l
ମନର ବିଷାଦ ଭାବ ଦୂର କରି
ମୁହଁରେ ହସ ଫୁଟାଏ
ସବୁଠାରୁ ମୂଲ୍ୟବାନ ଅଟେ ନୃତ୍ୟ
ତାର ସମ କେହି ନୁହେଁ.ll