Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract

4  

Bidyadhar Mantry

Abstract

ପରମ୍ପରା

ପରମ୍ପରା

1 min
393


ମୁହଁ ସଞ୍ଜ ହେଲେ 

ଦିନଯାକର କାମ ରୁ ଅବ୍ୟାହତି

ରାତି ପାଇଁ ଖାଦ୍ୟ ପ୍ରସ୍ତୁତି

ଏ ଭିତରେ ରାତି ବି ବଢି ଥିବ

ଖିଆ ପିଆ ସାରିଲା ପରେ

ଟିକେ ମନୋରଞ୍ଜନ ବି ହେବ

ପାଦରେ ପାଦ,ହାତରେ ହାତ ଛନ୍ଦି

ନାଚିବାକୁ ହେବ,ଢୋଲ ର ତାଳେ ତାଳେ


ଆମର ଏଇଟା ମନୋରଞ୍ଜନ,ପରମ୍ପରା

ବାପା,ଜେଜେ ବାପା,ଜେଜେ ବାପାର ବାପା

ଆହୁରି ଆଗରୁ ଏମିତି ହେଉଛି

ହସ ଖୁସି ଓ ଭାବ ର ବି ଆଦାନ ପ୍ରଦାନ

ସବୁ କିଛି ର ମିଶ୍ରିତ ମେଳଣ


ରାତି ବହୁତ ହେଲାଣି,

ଢୋଲ ବାଲା କୁଆଡେ଼ ଗଲା

ଏବେ ତ ମହୁଲି ପିଇଥିଲା, ମାଇପ ତ ନାହିଁ

ଘରେ ବି ନାହିଁ,ଗଲା କୁଆଡେ଼!!


ସେପଟୁ କଣ ଟୁପୁରୁ ଟାପୁରୁ ଶୁଭୂଛି

ଆରେ,କିଏ ସେଠି,ଆସ ଡେରି ହେଲାଣି

ନିଦ ବି ଲାଗିଲାଣି,ଶୀଘ୍ର ଆସ

ସେପଟୁ ଉତ୍ତର ଆସିଲା

ଆମେ କଥା ହେଲୁ,ସକାଳେ ବାହା ହେବୁ

ମୋର ତ ମାଇପ ନାହିଁ

ଆଉ ଚେପି ର ଘଇତା ନାହିଁ


ଇଏତ ଭଲ ହେଲା,

ଏକୁଟିଆ କାହିଁକି ରହିବ!!

ମିଶିକରି ରହିବ,କଥା ବାର୍ତ୍ତା ହେବ

ପିଲା ପିଲି କରିବ,ଭଲ କଥା

ହେଉ ଆସ,ସେଇ ଖୁସିରେ ଆଜି ବହୁତ୍ ନାଚିବା


ଢୋଲ ବାଜିଲା,ମହୁଲି ବି ପିଆ ହେଲା

ଚେପି ର ହାତ ଧରିବ ବିମ୍ବା 

ଵିମ୍ବା ଢୋଲ ଜୋର୍ ରେ ପିଟୁଛି

ଚେପି ବି କମ୍ ନୁହେଁ

ଖୁସିରେ ଡେଇଁ ଡେଇଁ ନାଚୁଛି


ଘଇତା ଓ ମାଇପ ନ ଥିବାର ଦୁଃଖ

ଆମର ଜମାରୁ ନାହିଁ

ଯାହାର ମନ ଯାହାକୁ ମିଶିଲା

ସିଏ ତାର ହେଲା,


କେଉଁଠି କଣ ହେଉଛି

ଆମକୁ କଣ ମିଳିବ !!

ଆମର ପରମ୍ପରା କୁ ମାନୁଛୁ

ଆମେ ଭଲରେ ଅଛୁ

ଏ କଥା ବୁଝାଇ, କାଳିଶୀ କହୁଥିଲା

ନୂଆ କରି ଆସିଥିବା ସରକାରୀ ବାବୁଙ୍କୁ


ରାତି ଅଧିକା ହେଲାଣି

କିଏ ଗଲେ କି ନାହିଁ

ଚେପି ଓ ବିମ୍ୱା ପ୍ରଥମ ରେ ଗଲେ

ଆଜି ଏକାଠି ଶୋଇବେ

ଆଉ ଗହଳି ନାହିଁ

ଚାଲ ଶୋଇବା,ସକାଳ ହେଲେ ଭେଟ ll


Rate this content
Log in

Similar oriya poem from Abstract