Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ପରିବର୍ତ୍ତନ

ପରିବର୍ତ୍ତନ

1 min
342



ନୂଆ ଭାରତର        ପ ରି ବ ର୍ତ୍ତ ନ ରେ

        ମନ ହୁଏ ପୁଲକିତ

ଗର୍ବିତ କରୁଛି         ଭା ର ତ ବ ର୍ଷ କୁ

       ଅମୃତ କାଳ ସଂକେତ !


ସୁରକ୍ଷା ଜିନିଷେ       କ୍ରେତା ଥିଲା ଯିଏ 

       ବିକ୍ରେତା ହୋଇଛି ବନ୍ଧୁ 

ଆତ୍ମନିର୍ଭର ର         ପବନ  ବହୁଛି 

       ଦୟା କଲେ କୃପାସିନ୍ଧୁ !


ନୂଆ ଆବିଷ୍କାର        ରାଷ୍ଟ୍ରରେ ଆମର

        ଆତ୍ମ ବିଶ୍ବାସରେ ଦୃଢ଼ 

ଯୁବା ଓ ଯୁବତୀ     ‌  କାର୍ଯ୍ୟେ ଅବିରତ

        ଦୁନିଆ ଭାବୁଛି ବଡ଼ !


ଗୌରବର ଗାଥା        ଗାଉଛି ଦୁନିଆ

        ସର୍ବୋଚ୍ଚ ଦିଏ ସମ୍ମାନ

ଆଦର ଯାହାର         ବିଶ୍ବଗୁରୁ ପରି

        ଏହୁତ ଗାନ୍ଧୀ ଭୁବନ !


ସତ୍ୟ ଅହିଂସାର        ଚନ୍ଦନ ଲେପନ

         ପବିତ୍ର ଭାରତବର୍ଷେ

କୃଷ୍ଣ ରାମ ଭୂମି  ‌      ଭାରତ ମାଟି ମା 

        ଦାରୁବ୍ରହ୍ମ ଯହିଁ ଦେଶେ !


ଶାନ୍ତିର ସନ୍ଦେଶ       ବିଶ୍ବକୁ ଦେଉଛି

       କରୁଛି ସ୍ବୀକାର ବିଶ୍ବ

ଭାରତ କଥାକୁ ‌       ମାନ୍ୟତା ଦିଅନ୍ତି 

       ଭାରତେ ତାଙ୍କ ବିଶ୍ବାସ!


ଭାରତ ନିର୍ମିତ        କିଣି ଅଛି ବିଶ୍ବ

        ଡିଜିଟାଲ ଏବେ ଯୁବା

ହେଲା ଡିଜିଟାଲ      ଗ୍ରାମୀଣ ଭାରତ

        ବହୁଛିରେ କ୍ରୀତିର ବା !


ଭାରତେ ନିର୍ମାଣ       ହେଉଛି ସବୁତ

        ନୂଆ ନୂଆ ଆବିଷ୍କାର

ନାହଁରେ ନିର୍ଭର     ଅନ୍ୟ ଦେଶେ ଆଉ

       ହୋଇଛି ବିକ୍ରେତା ତାର !


ସ୍ବାସ୍ଥ୍ୟର କ୍ଷେତ୍ରରେ    ଆଗୁଆ ହୋଇଛି

       ସୁରକ୍ଷା କ୍ଷେତ୍ରେ ଆଗୁଆ

କୃଷି କ୍ଷେତ୍ରେ ଏବେ   ଅତ୍ୟାଧୁନିକ ରେ

       ଅନ୍ତରୀକ୍ଷରେ ଆଗୁଆ !


ବସୁଧୈବ ଯାର       କୁଟୁମ୍ବକମ୍ ର

        ମନ୍ତ୍ର ଭାରତବର୍ଷର 

ନାହିଁ ଜାତି ଭେଦ     ଶାସନ ଆଧାର

        ସୁବିଧା ଟି ବରାବର !


ସଂସ୍କୃତି ସଂସ୍କାର     ପରା ସନାତନ

       ପୌରାଣିକ ଇତିହାସ

ପ୍ରେମ ପ୍ରୀତି ପରା    ଆମ ଆଚରଣ

        ପ୍ରଭୁ ଭକ୍ତି ଅଭିଳାଷ !


କୃଷ୍ଣ ରାମ ଜଗା     ଗୁଞ୍ଜେ ନିରନ୍ତର

       ରାବ ନମଃ ଶିବାୟର

ଆଧ୍ୟାତ୍ମିକ ଶକ୍ତି      ଜାଗ୍ରତ ଭୂମିରେ

       ଭୂମି ଏହୁ ତପସ୍ୟାର !


ନାହିଁ ଅନ୍ନ କଷ୍ଟ      ଆନନ୍ଦ ଜନତା 

       ନାହିଁ ପରାଧୀନ ରୀତି

ରାଷ୍ଟ୍ରପ୍ରୀତିପ୍ରେମ    ଜନ ମାନସରେ

       ଦେଉଛି ଅପୂର୍ବ ଶକ୍ତି !


ମେକ୍ ଇନ୍ ଇଣ୍ଡିଆ  ନୂଆ ମନ୍ତ୍ର ଏବେ 

      ସ୍ବଦେଶୀ ହୁଏ ନିର୍ମିତ

କେତେ କ୍ରେତା ତାର ବିଦେଶୀ ଦେଶରୁ

      ସାଜିଛି ନୂଆ ଭାରତ !



Rate this content
Log in

Similar oriya poem from Abstract