Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract

4  

Snigdha Panda

Abstract

ଭୋକ

ଭୋକ

1 min
301


ଦେଖା ହେଲା ବେଳକୁ 

କାଦୁଅର ଗୋଟେ ଚଟାଣ 

ଉପରେ ସିଏ ବସିଥିଲା 

ପାଖକୁ ଆସିଲି

ସେ କାନ୍ଦିବା ଆରମ୍ଭ କଲା ।


ଭୟରେ ପଚାରିଲି 

କଣ ହେଲା 

ଚିରାଲୁଗା ତଳେ ବାନପ୍ରସ୍ଥ ପାଳନ କରୁଥିବା 

ପେଟକୁ ହାତ ବଢେଇ କହିଲା

"ଭୋକ" ।


ବ୍ୟାଗ୍ ଖୋଲୁଥିବା ବେଳେ କହିଲି

ଖାଇବୁ 

ମୁଣ୍ଡ ହଲେଇ ମନା କଲା

କିନ୍ତୁ 

ବେସୁରା ହେଇ ଆସୁଥିବା 

କାନ୍ଦରେ ଗୋଟେ ନୂଆ ରାହା ଲଗେଇ

ଫେର୍ ପେଟକୁ ଚାପି ଦେଇ କହିଲା

"ଭୋକ" ।


ଗହୀରିଆ ଆଖିର ବିନତୀ 

କହୁଥିଲା କିଛି କଥା ଯେମିତି

ଆଉଁସି ଦେବି ବୋଲି 

ହାତ ବଢେଇଲି 

ବୈକଲ୍ୟର ପେଟକୁ 

ଛୁଇଁଲା ପରେ ଜାଣିଲି

ସେଠି ଖାଲି ଭୋକ ହିଁ ଅଛି

ପେଟ କେବେ ନ ଥିଲା କି ନାହିଁ ।



Rate this content
Log in

Similar oriya poem from Abstract