ଯଉବନ ସେତ ସମୟ
ଯଉବନ ସେତ ସମୟ
ଏଇ ଯଉବନ ଥରେ ଚାଲିଗଲେ
ଆଉ ନୁହେଁ ଫେରିବାର,
ଏଇ ଯଉବନ ନୁହେଁ ଚିରଦିନ
ସେତ ଅଟେ କ୍ଷଣିକର।
ଯଉବନ ସେତ ସମୟ ସବୁ ସଂଭବର।
ଏଇ ଯଉବନ କେବେ ତ କିରଣ
ଅଟେ ଉତ୍ତପ୍ତ ସୂର୍ଯ୍ୟର,
ଏଇ ଯଉବନ କେବେ ତ ଜୋଛନା
ଅଟେ ଶୀତଳ ଜହ୍ନର।
ଯଉବନ ସେତ ସମୟ ସବୁ ସଂଭବର।
ଏଇ ଯଉବନ କେବେ ଶୁଷ୍କ ଭୂମି
ଗ୍ରୀଷ୍ମ ତପ୍ତ ମଧ୍ୟାହ୍ନର,
ଏଇ ଯଉବନ କେବେ ସବୁଜିମା
ବର୍ଷାଭିଜା ସକାଳର।
ଯଉବନ ସେତ ସମୟ ସବୁ ସଂଭବର।
ଏଇ ଯଉବନ କେବେ ଶୂନ୍ଯମନ
ଅଟେ ବିଧୁର ପ୍ରାଣର,
ଏଇ ଯଉବନ କେବେ ଭରାସ୍ବପ୍ନ
ନବ ପ୍ରେୟସୀ ମନର।
ଯଉବନ ସେତ ସମୟ ସବୁ ସଂଭବର।
ଏଇ ଯଉବନ କେବେ ଭୟଭୀତ
ଭାବ ଚକିତ ଆଖିର,
ଏଇ ଯଉବନ କେବେ ପୁଲକିତ
ମିଠା ହସଟେ ଓଠର।
ଯଉବନ ସେତ ସମୟ ସବୁ ସଂଭବର।
ଏଇ ଯଉବନ କେବେ ଭଂଗାମନ
ବେଦନାକ୍ତ ହୃଦୟର,
ଏଇ ଯଉବନ କେବେ ଛନଛନ
ଚୋରା ଚାହାଣୀ ଆଖିର।
ଯଉବନ ସେତ ସମୟ ସବୁ ସଂଭବର।
ଏଇ ଯଉବନ କେବେ ବିଡମ୍ବନା
ଲୁପ୍ତ ଆଶା ଅତୀତର,
ଏଇ ଯଉବନ କେବେ ସମ୍ଭାବନା
ଏକ ନୂତନ ଯୁଗର।
ଯଉବନ ସେତ ସମୟ ସବୁ ସଂଭବର।

