ଯୋଗିନୀ
ଯୋଗିନୀ
କି କଳି କାଳ ହେଲା,
ପାପ ଭାର ବଢିଗଲା....
ନୂଆ ନୂଆ ରୋଗ ଆସିଲା,
କଞ୍ଚା କଞ୍ଚା ଗ୍ରାସ କଲା.....
ଆହୁରି ସମୂଳେ ନାଶିବ,
ବିହନ କେତେଟା ଛାଡିବ.......
କୋକୁଆ ଭୟଠୁ ଅଧିକ,
ତ୍ରାହି ଡାକିଲେଣି ଲୋକ........
ତଥାପି କମୁନି ପାପ,
ଅଛନ୍ତି କେତେକ କଳଙ୍କ.......
ଅଛୁଆଁ ଛୁଇଁ କି ଗଲାଣି,
ହେଲେ ବି ଚେତନା ପଶୁନି.......
ପର ଦାରା ପାଖେ ମନ,
କୁଳଟା ହୁଅନ୍ତି ଉଲଗ୍ନ........
ଆଉ ନୁହେଁ ଆଉ ନୁହେଁ,
ପ୍ରାଣ ଶୋଷିନେବ ସିଏ........
ଯୋଗିନୀ ପରାଏ ରୋଗ,
କରିବଟି ରକ୍ତ ଭୋଗ.......
ନାହିଁ କି ନଥିବେ କେ ସଙ୍ଗେ,
ମୃତ୍ୟୁ ଖଣ୍ଡା ଶିର ଅଗ୍ରେ.......
ଅସଭ୍ୟ ପରି ନ ହୁଅ,
ସଭ୍ୟ ହୋଇ ଠିକେ ରହ.......
ନୋହିଲେରେ ନର୍କପୁର,
ଯୋଗିନୀ ନେବ ଯେ ଶିର......