STORYMIRROR

Pranati Panda

Tragedy Inspirational

3  

Pranati Panda

Tragedy Inspirational

ଝଙ୍କାର

ଝଙ୍କାର

1 min
120


ସଂସାରେ ଆସିଛୁ ମାଆ ସାହାରାରେ

ଗଲା ବେଳେ ଯିବୁ ଚାରି କାନ୍ଧରେ ,

ଭଲ କର୍ମ ପାଇଁ ମନ ତୁ ଲଗାରେ

ମନ୍ଦ କର୍ମ କଲେ ଚିହ୍ନ ଥିବରେ ।


ସୁକର୍ମ କରିଲେ ନାମ ରହିଯିବ

କୁକର୍ମକୁ ଗାଳି ମଲା ଗାତରେ ,

ମିଛ ସ୍ବପ୍ନ ନେଇ ଯେତିକି ଧାଉଁଛୁ

ଦିନେ ମିଶିଯିବ ସବୁ ମାଟିରେ ।


ପୁଅ ଜନ୍ମ ହୋଇ ନିଜ ସ୍ବାର୍ଥ ପାଇଁ

ପିତା ମାତା ଛାଡ଼ ଜରାଶ୍ରମରେ ,

ବିପଦ ପଡ଼ିଲେ ପ୍ରଭୁ ହେଲେ ମଧ୍ୟ

ରକ୍ଷା କରିବେନି ଏଇ ସଂସାରେ ।


ମାଆର ଅମୃତ ଡାକ ଫାଙ୍କିଦେଲେ

ନିଜ ସ୍ବାର୍ଥ ଆଉ ଅହଙ୍କାରରେ,

ମାଆ ଶୋଇଥିବ ଘର ଛାଇ ତଳେ

ପୁଅ ଚାଲିଯିବ ସେ ' କୋକେଇରେ‌ ।


ପିତା ମାତା ପାଇଁ କାନ୍ଦେ ଯା' ପରାଣ

ଜଗତରେ ଧନ୍ୟ ଏକା ସେଇରେ ,

ମଣିଷ ଜୀବନ ମୃଗ ମରିଚିକା

କାହିଁ ମନେ ଘୃଣା ଭର ସଂସାରେ ।


ମାଆର ମମତା ମରେ ନାହିଁ କେବେ

ମନକୁ ପଚାର ଥରଟେ ଯେବେ ,

ଜନ୍ମ ହେଲେ ମୃତ୍ୟୁ ଅଛି ତ ନିଶ୍ଚୟ ,

ମୃତ୍ୟୁର ପୂର୍ବରୁ ମାରନି କେବେ ।


     


Rate this content
Log in

Similar oriya poem from Tragedy