STORYMIRROR

Bijay Prusty

Tragedy

3  

Bijay Prusty

Tragedy

ଚେଇଁଲୁଣି ଆମେ

ଚେଇଁଲୁଣି ଆମେ

1 min
230


ତୁମ ଛଳନାର ରୁଦ୍ଧ କୋଠରି

ହଳାହଳେ ପରିପୂର୍ଣ୍ଣ

କେମିତି ବା ଆମେ ଦେଖି ପାରିଥାନ୍ତୁ

ତୁମ ସେ ଜଟିଳ ମନ I

ଆମେ ଛଳନା ବୁଝୁନା',

ଆମେ କପଟ ବୁଝୁନା,

ଖଟିଖିଆ ମେହେନତି ମଣିଷରେ ଆମେ

ତୁମପରି କପଟିଆ ନୋହୁଁ ବୋଲି

ଆଜି ତୁମେ ସାହୁକାର

ଆମେ ତୁମ ଚାଟୁକାର 

ପେଟର ଭୋକ ଛଡା 

ଆମ ପାଇଁ ଆଉ କିଛି ବଡ ନୁହେଁ

ଭୋକଛଡା କିଛିହେଲେ 

ଆମ ଆଖିକୁ ଦିଶେନା I

ସେଥି ପାଇଁ ତ ତୁମେ 

ନିତି ନିତି ଲୁଟୁଛ ଆମକୁ

ହାଣ୍ଡିଆ ମୁନ୍ଦାଏ ପେଇ

ସକାଳରୁ ସଞ୍ଜଯାଏ ଖଟାଇ ଚାଲିଛ 

ଟିକିଏ ହାଲିଆ ହେଲେ

ଚାବୁକର ଭୟ ଦେଖାଉଛ I

କୁହ ଆଉ କେତେଦିନ 

ଭୋଗିବୁ ଏ ଦଶା

କେତେଦିନ ସହୁଥିବୁ 

ତୁମ ଅତ୍ୟାଚାର ?

କଷ୍ଟ ବଳି ପଡଲାଣି,

ଚାହିଁଦେଖ ଏବେ ଆମ 

ରାଗ ଜରଜର ଆଖି

କେଉଁପରି ଜଳି ଉଠିଲାଣି I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy