STORYMIRROR

Ghanashyam Biswal

Tragedy

2  

Ghanashyam Biswal

Tragedy

ମଲା ସପନ

ମଲା ସପନ

1 min
100

ନିଜେ ନୀଚମନା ହୋଇ

ଧ୍ବଂସ କରି ବିବେକ

ପାଉଁଶ କରି ମାନବିକତା

ହୋମ ନିଆଁରେ ଭସ୍ମକରି ମଣିଷପଣିଆ

ପାପୀ ମନ

କାମୁକ ଦେହର

ତୃଷ୍ଣା ମେଣ୍ଟାଇ

ନିଜ ଦେହେ

ବିଷ ମଞ୍ଜି

ବୁଣିଲା ପରେ

ଦେଖିଲି ମଲା ସପନ

ଭାବିଥିଲି

କପଟ କରି ଆଉ ଛଳନାର ଫାଶରେ

ଛନ୍ଦିବି ଅନେକ ନିରୀହ ପ୍ରାଣ

ଦିନେ ସପନ ମୋ ହେବ ପୂରଣ

କିନ୍ତୁ

ଅଜଣା ଝଡ଼ରେ

ଭାଙ୍ଗିଲା ମନ

ଚୂନା ହେଲା ମୋ ସୁନା ସପନ

ଜାଳିଦେଲା ଜୀବନ ଧନ

ଅବଶେଷେ

ଛାଡ଼ିଲି ପରାଣ

ଭାଳି ଭାଳି ସବୁ ପୁରୁଣା ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy