ମଲା ସପନ
ମଲା ସପନ
ନିଜେ ନୀଚମନା ହୋଇ
ଧ୍ବଂସ କରି ବିବେକ
ପାଉଁଶ କରି ମାନବିକତା
ହୋମ ନିଆଁରେ ଭସ୍ମକରି ମଣିଷପଣିଆ
ପାପୀ ମନ
ଓ
କାମୁକ ଦେହର
ତୃଷ୍ଣା ମେଣ୍ଟାଇ
ନିଜ ଦେହେ
ବିଷ ମଞ୍ଜି
ବୁଣିଲା ପରେ
ଦେଖିଲି ମଲା ସପନ
ଭାବିଥିଲି
କପଟ କରି ଆଉ ଛଳନାର ଫାଶରେ
ଛନ୍ଦିବି ଅନେକ ନିରୀହ ପ୍ରାଣ
ଦିନେ ସପନ ମୋ ହେବ ପୂରଣ
କିନ୍ତୁ
ଅଜଣା ଝଡ଼ରେ
ଭାଙ୍ଗିଲା ମନ
ଚୂନା ହେଲା ମୋ ସୁନା ସପନ
ଜାଳିଦେଲା ଜୀବନ ଧନ
ଅବଶେଷେ
ଛାଡ଼ିଲି ପରାଣ
ଭାଳି ଭାଳି ସବୁ ପୁରୁଣା ଦିନ
