ମିଠା ବାଣୀ
ମିଠା ବାଣୀ
ବଗିଚା ସାରା ଗଛ ଭରା
ପଣସ ବେଲ ଆମ୍ବ,
କଦଳୀ ,ଜାମୁ, ଅମ୍ଵୃତ୍ ଭଣ୍ଡା,
ପିଜୁଳି ,ଆତ ନାମ।
ଦୁନିଆଁ ସାରା ମଣିଷ ଭରା
ଗୋବିନ୍ଦ ,ମଧୁ ,ମଣି,
ଗୋପାଳ, ଜଦୁ, ରାଧୁ, ସୁରେଶ
ପାରିବି ନାହିଁ ଗଣି।
ବଉଳ ଦେଲା ଆମ୍ବ ଫଳିଲା
ଓହଳି ଗଲା ଡାଇ,
ଗଛ ପାଚିଲା ଝଡି ପଡିଲା
ଆଣିଲି ଦେଲି ଖାଇ।
ଅମ୍ବୃତ ରସ ଲାଗେ ସରସ
ହେଲା ହରଷ ମନ,
ରସାଳ ଫଳ ଦେହରେ ବଳ
ଯୋଗାଇ ଦିଏ ବନ।
ସାଙ୍ଗ ସଙ୍ଗାତ ଯେତେକ ମିତ
ବସନ୍ତି ପାଖେ ଆସି,
ଗପନ୍ତି ତାଙ୍କ ପାରିଲା ପଣ
ଲାଗଇ କଥା ବାସି।
ସାଙ୍ଗ ସଙ୍ଗାତ ସହିତ ମିତ
ହୀତରେ ଥିବ ଜାଣି ,
ପାକଲା ଆମ୍ବ ପରିକା ରସ
ଦେଇ ମଧୁର ବାଣୀ ।
