ମିତରେ ମିତ
ମିତରେ ମିତ
ମିତରେ ମିତ କହୁଛି ସତ
ଅଙ୍ଗେ ମୋ ନିଭା କଥା
ଭାବିଲେ ଭଲ ହୁଅଇ ଶୁଭ
କପଟ ଛଳେ ବ୍ୟଥା ।
ପର ଅନିଷ୍ଟ କରିଲେ ଚିନ୍ତା
ନିଜର ହୁଏ କ୍ଷତି
ବିବେକ ବୁଦ୍ଧି ଅନ୍ତର ଆତ୍ମା
ହୃଦୟ ହୁଏ ଘାଣ୍ଟି ।
ଦେଖୁଛି ଜଣେ ଅଦୃଷ୍ଟ ଶକ୍ତି
ଭଲ କି ଅବା ମନ୍ଦ
ବୁଝି ଦେଉଛି ପାଉଣା ମୂଲ
କରମ ପରିଣାମ ।
ଫୁଟିଲେ ଫୁଲ ବିତରେ ବାସ
ସୁଫଳ ସବୁଜିମା
ଭୁଲନ୍ତି ନାହିଁ ଆପଣା ଧର୍ମ
ସର୍ବେ ମାନବ ବିନା ।
ରହିବା ନିଜେ ସୁସ୍ଥ ସବଳ
କରିବା ଭଲ କର୍ମ
ପରୋପକାର ମାନବ ହିତେ
ଢାଳିବା ମନ ପ୍ରାଣ ।
ଉଜ୍ଜ୍ୱଳ କରି ଶିକ୍ଷା ଆଲୋକ
ନାଶିବା କୁସ°ସ୍କାର
ଏଇ ବସୁଧା କୁଟୁମ୍ବ ଆମ
ସୁନ୍ଦର ସ୍ୱର୍ଗପୁର ।