Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Fantasy Inspirational Others

4.5  

Sadananda Sahoo

Fantasy Inspirational Others

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ

1 min
259



ସୁକନ୍ୟା ଦ୍ରୌପଦୀ ଆମ ରାଷ୍ଟ୍ରପତି

    ହସୁଚି ଭାରତୀ ମାଆ    

ଇତିହାସ ଫର୍ଦ୍ଦେ ଶୁଭ ଅବକାଶେ

   ଲିପିବଦ୍ଧ ହେଲା ନାଁଆ


ଆହାକି ସୌଭାଗ୍ୟ ଉତ୍କଳୀ ମାଆର

     ଜନ୍ମ ଦେଇଥିଲା କନ୍ୟା

 ଜିଲ୍ଲା ମୟୁରଭଞ୍ଜ କୁସୁମୀ ମଣ୍ଡଳ

    ଉପରବେଡାର ଗାଁଆ ।


ଶୁଭ ଲଗନରେ  ଜନ୍ମିଥିଲ ବାରେ

   ଭଗତ ସିଂଗୋଙ୍କ କୋଳେ

ଜୁନ ମାସର କୋଡିଏ ତାରିଖ

    ଊନବିଂଶ  ଅଠାବନେ ।


ଦୁଃଖ ସହଚର ଥିଲା ଦ୍ରୌପଦୀର

      ଜୀବନର ଅନୁସଙ୍ଗ

ସଂଘର୍ଷମୟୀର  ନିଆରା ଜୀବନ

     ଦୁଃଖକାଳ ମହାଭାଗ ।


ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ିଦେଲ ସତ

    ବିଶ୍ଵ ଇତିହାସେ ଆଜି

ଆଦିବାସୀ ବାଳା ଦ୍ଵିତୀୟ ମହିଳା

   ଭାରତର ରାଷ୍ଟ୍ରପତି ।


ଉପରବେଡାରୁ ରାଇସିନା ଯାଏ

     ସବୁଠି ସ୍ମୃତି ଫରଦ

ଆଖ୍ଯାତ ପଲ୍ଲୀରୁ ବିଖ୍ୟାତ ଦିଲ୍ଲୀରେ

     ଦରଦୀ ହୃଦୟ ମିତ ।


ଆମ ଗଣତନ୍ତ୍ର ସତରେ ସ୍ଵତନ୍ତ୍ର

     ବିଶ୍ଵ ଦରବାରେ ଆଜି

 ସର୍ବୋଚ୍ଚ ପଦରେ ଅଭିଷିକ୍ତ ହେଲେ

     ଜନଜାତି ସୁକଲ୍ୟାଣୀ ।


ଗରିବ ଆଖିର ସପନ ବିଭବ

    ସାକାର ହୋଇଚି ଆଜି

ଧନୀଗରିବର ନାଁହି ଭେଦ ଭାବ

    ଉଦାହରଣ ହେଲେ ଦିଦି ।


ଆଶା ଆକାଂକ୍ଷାର ସୁକଲ୍ଯାଣୀ ମାତ

    କରୁଚି ମୁଁ  ପ୍ରଣିପାତ 

ପ୍ରତି ହୃଦୟରେ ରହିବ ଅଚିରେ

    ଯଶ ମାନ ହେବ ଖ୍ୟାତ ।    

   

ସ୍ଵାଧୀନତା ପରେ ଜନ୍ମିଥିଲ ତୁମ୍ଭେ

     ପଞ୍ଚଦଶ  ରାଷ୍ଟ୍ରପତି

ଓଡ଼ିଶା ମାଟିର ସୁଯୋଗ୍ଯା ସୁକନ୍ୟା

     ଇତିହାସେ ହବ ଯୋଡି ।


 


Rate this content
Log in

Similar oriya poem from Fantasy