STORYMIRROR

Alaka Dash

Fantasy Others

3  

Alaka Dash

Fantasy Others

ମହା ଶ୍ମଶାନ

ମହା ଶ୍ମଶାନ

1 min
266

   

ସୃଷ୍ଟିର ଅପକର୍ଷ ଉତ୍କଟ ଉତ୍ସ 

ମୁଗ୍ଧ କାରୁଣ୍ୟ ର ସମାଧାନ ସମାଧି 

ସମୟର ଆବର୍ତ୍ତନ ଲୀଳାସ୍ଥଳୀ 

ନିର୍ବାକ ମାନବର ନିର୍ମମ ଅର୍ଘ୍ୟସବୁ 

ଅଚିରେ ଆଦରି ନିଏ, 

ହତ୍ୟା, ଆତ୍ମହତ୍ୟା, 

ନିର୍ବାଣ, ମହାନିର୍ବାଣ 

ସଦା ବେଦନାର ବୈଖରୀ, 

ସ୍ତୁପ ସ୍ତୁପ ପାଉଁଶ, 

କୁଢ଼ କୁଢ଼ ହାଡ଼, 

ଦରପୋଡା କାଷ୍ଠ, 

ଭଙ୍ଗା କଳସୀ 

ଅଙ୍ଗ ଵିଭୂଷଣେ 

ଡାହାଣୀ, ପିଶାଚୀନି 

ଚିରିଗୁଣିର କିଳିକିଳା ସ୍ୱର 

ଶ୍ମଶାନ କାଳୀର ଠକ ଠକ 

ମୁଣ୍ଡ ମାଳା, 

ବିକଟାଳ ରୂପ, 

କପାଳିକର ଅଂହକାର ଧ୍ୱନି, 

ମୋର ଓଁ କାର, 

ନାହିଁ ଦୟା ଅବା ମାୟା, 

ନିଷ୍ଠୁର, ନିର୍ମମ, ହୃଦୟହୀନ ମୁଁ 

ଶବ ର ପୁତିଗନ୍ଧ ଦୁର୍ଗନ୍ଧ 

ଆଘ୍ରାଣ ମୋର, 

ଅଶାନ୍ତ ଆତ୍ମା ସବୁ ଆତ୍ମା ମୋର 

ଚିହ୍ନେନା ଧନୀ ଗରିବ, 

ମାନୀ ଅବା ଦର୍ପି 

ସାମ୍ୟ ବାଦ ଗୀତ ଗାଇ 

ଶୁଆଇ ଦିଏ ସଭିଙ୍କୁ 

ମୋ କୋଳ ଝୁଲଣରେ

ପ୍ରଶସ୍ତ ପୃଷ୍ଠରେ, 

ଚିହ୍ନେନା ମାଆ ର ପୁଅ କିଏ?

ସତୀ ର ପତି କିଏ?

କିଏ ବାପ କିଏ ମାଆ 

ସମସ୍ତେ ନିଜ ନିଜ ଠିକଣା ଭୁଲି 

ମୋତେ ଆଲିଙ୍ଗନ କରି 

ରହି ଥାଆନ୍ତି ମୋ 

ନିଷ୍ଠୁର ବାହୁ ତଳେ, 

ରଜନୀ ର ବିକଟାଳ ରୂପ 

ଭୀତତ୍ରସ୍ତ କରାଏ ସଭିଙ୍କୁ, 

ନିକାଞ୍ଚନ, ନିର୍ଜନ, ଜନପଦ ଟିଏ ମୁଁ 

ନିଷ୍ଠୁର ରୋଷଣୀ ଜଳାଇ 

ନିର୍ମମ ବ୍ରତ ପାଳି 

ଜାଗ୍ରତ ଥାଏ ଦିବସ ଶର୍ବରୀ, 

ମହାକାଳ ଭୈରବ ର 

ଉଦଣ୍ଡ ନୃତ୍ୟ ଥରାଇ ଦିଏ 

ମୋ ରଜନୀର ହିଆ, 

ବିକଟାଳ କାଳ ଭୈରବୀ ର 

ଠକ ଠକ ଶବ୍ଦରେ 

ନୃତ୍ୟରତ ଭୂତ ପ୍ରେତ 

ଆହୁରି ଭୟଙ୍କର 

ବିକଟାଳ ରୂପଧରେ 

ପ୍ରକମ୍ପିତ ପୃଷ୍ଠ ମୋର 

ଅମାବାସ୍ୟା ରଜନୀରେ, 

କାପାଳିକ ର ରକ୍ତାକ୍ତ 

ହିଂସ୍ର ଜ୍ୱଳନ୍ତ ଆଖି ଦୁଇଟି 

ଜଳି ଉଠେ ଦପ ଦପ 

ଶବାସନେ ଅର୍ଘ୍ୟ ଢାଳେ 

ଭଙ୍ଗା ଖପୁରୀ ରେ 

ରକ୍ତର ସୁରା ଧାରେ 

ଶ୍ମଶାନ ପତି ପିତା ମୋର 

ଶ୍ମଶାନ କାଳୀ ମାତା 

ଚିର ନିଷ୍ଠୁର ନିର୍ବିକାର 

ବୀଣା ବଜାଇ 

ଦୁର୍ଗନ୍ଧ ଧୂଆଁ ଧାର ବେଷ୍ଟିତ 

ନିର୍ଜନ ପଥେ ଶାୟୀତ 

ମୁଁ ନିଷ୍କପଟ ଉଦ୍ଭଟ

ମହାଶ୍ମଶାନ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy