ମଦୁଆର ଘର
ମଦୁଆର ଘର


ଝର ଝର ଝର ଝରଇ ଝର
ଵହି ଜାଉଅଛି,ରକତ ଧାର
ମାତାଲ ହୋଇ
ସନିଆ ଭାଇ ମଥାରେ ବାଳକୁ ବୁଲାଇ ଦେଇ
ପ୍ରହାର କରୁଅଛି ପଇସା ପାଇଁ
ଆଖିର ଲୁହକୁ ପୋଛିଣ ଦେଇ
ରକତ କାନିକୁ ଚିପୁଡି ଦେଇ
କୁନି ଝିଅ ଟିକୁ କୋଳୋଇ ନେଇ
ଚାହିଁ ରହିଅଛି ଜଳକା ହୋଇ
ଝରି ଭାଉଜ ର ଚାରୋଟି ପିଲା
କରିନାହିଁ ଅପରେସନ ହୋଇଛି ଢ଼ିଲା
ମଦୁଆ ସ୍ବାମୀକୁ ଚାରିଟି ପିଲା
ଝରି ଭାଉଜଟି ହେଲା ଘାଇଲା
ସନିଆ ଭାଇ ର ଗାଡ଼ିଟି ଥିଲା
ଟାକ୍ସି କରି ତାକୁ ଚଲାଉ ଥିଲା
ଝରି ଭାଉଜର ଦୁଃଖ ନଥିଲା
ଚାରିପଇସା ପାଖରେ ଥିଲା
ମଦୁଆ ହୋଇ ସନିଆ ଭାଇ
ସବୁ ପଇସା ଦେଲା ଉଡ଼ାଇ
ଘର ଗାଡ଼ି ସବୁ ବିକିଣ ଦେଇ
ଚାଳ ଘରେ ସେତ ରହିଲା ଯାଇ
ଝରି ଭାଉଜର ସୁଖ ସରିଲା
ପଇସା ପାଇଁ ଘରୁ ଗୋଡ଼ କାଢିଲା
ପଢି ନାହିଁ ପାଠ ମୂଲ ଲାଗିଲା
ମଜୁରୀ ଡେଲି ଘରକୁ ଆଣିଲା
ସନୀଆ ଭାଇଟି ମଦ ପିଇଵା ପାଇଁ
ପଇସାକୁ ନିଏ ପ୍ରହାର ଦେଇ
ଦିନେ ଝରି ଭାଉଜ ଚାରି ଛୁଆ ଙ୍କୁ ନେଇ
ଭାତରେ ଦେଲା ବିଷ ମିଶାଇ
ନିିିଜେ ଝରି ଭାଉଜ ବିଷ ଖାଇଲା
ଚାରି ଛୁଆଙ୍କ ସହ ଜୀବନ ଦେଲା
ମଦ ପିଇ ଦେଇ ସନିଆ ଭାଇ
ଦେଖି ଆସିଣ ଆଉ କିଛି ନାହିଁ
ମୁଣ୍ଡ କଚାଡି ରଡି ଛାଡ଼ିଲା
ମଦ ମୋର ସଂସାର ଉଜାଡି ଦେଲା।