STORYMIRROR

Madhabi Patel

Romance Fantasy

4  

Madhabi Patel

Romance Fantasy

ମଧୁଋତୁ

ମଧୁଋତୁ

1 min
230


ମଧୁ ମଳୟର କୋମଳ ଛୁଆଁରେ

ମନ ମୋ ଚହଲି ଯାଏ।

ଶିହରଣର ଜୁଆର ଖେଳିଯାଏ ଅଙ୍ଗେ

ଆତ୍ମା ପ୍ରଫୁଲ୍ଲିତ ହୁଏ।

ଗଛେ ଗଛେ ଫୁଲ ଫୁଲେ ପ୍ରଜାପତି

ଫୁଲରୁ ଝରୁଛି ମହୁ।

କଅଁଳ ପତରେ ଆଣିଛି ଚିଟାଉ

କୋଇଲିର ଶୁଭେ କୁହୁ।

କେମିତି ଏ ଋତୁ ଚହଲେ ହୃଦୟ

କବିତାରେ ଭରେ ପ୍ରାଣ।

ପ୍ରେମର ପ୍ରବାହ ସଂଚରଇ ଦେହେ

ଉନ୍ମାଦେ କରେ ତା ଗାନ।

ଚତୁର୍ପାଶ୍ବ ଯହି, ପହଁଁରଇ ଚକ୍ଷ୍ୟୁ

ସୌନ୍ଦର୍ଯ୍ୟ ର ଆବାହନ।

ଛତ୍ରେ ଛତ୍ରେ ତାର ସଜାଇ ରଖିଛି

ପ୍ରକୃତି ତା ସିଂହାସନ।

ବନ ଲତା ଦେହେ ହସୁଛି ପ୍ରକୃତି

ବିହଙ୍ଗମେ କରି ଗାନ।

ଝର ଝର ହୋଇ ସରୁ ଝରଣାଟି

ତୋଳେ କୁଳୁକୁଳୁ ସ୍ବନ।

ପାଦପ ସ୍ବାପଦ ହରସିତ ସର୍ବେ

ପାଇ ବସନ୍ତ ମିଳନ।

ଋତୁରାଜ ମଧୁ ଓହ୍ଲାଇ ଆସୁଛି

ସ୍ବାଗତେ ଅଭିନନ୍ଦନ।



Rate this content
Log in

Similar oriya poem from Romance